ସରକାରୀ ଯୋଜନା ପାଣି ଫୋଟକା ରୋଗୀଙ୍କୁ ମିଳୁନି ନିରାମୟ ଔଷଧ ଖର୍ଚ୍ଚାନ୍ତ କରି ବାହାରୁ କିଣୁଛନ୍ତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ଵିତୀୟ ରୂପ. ରୋଗୀ ରୋଗରୁ ଦୂରୀକରଣ ପାଇଁ ଡାକ୍ତରଖାନା ଯାଇଥାଏ. ଯଦି ରୋଗୀ ଚିକିତ୍ସା ଅଭାବରୁ ହେଉ ଅବା ଔଷଧ କାରଣରୁ ହେଉ ବାଧା ସୃଷ୍ଟି ହେଲେ କାହାକୁ ସେ ଜଣେଇବେ. ଯାହାକି ସାଧାରଣ ଓ ଗରିବ ଲୋକଙ୍କ ପାଇଁ କଷ୍ଟକର. ଏପରି ଏକ ଘଟଣା ଘଟିଛି ଗଜପତି ଜିଲ୍ଲା ସଦର ମହାକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ନିରାମୟ ଔଷଧ ବିତରଣ କେନ୍ଦ୍ର ଠାରେ ରୋଗୀଙ୍କୁ ଡାକ୍ତର ଲେଖିଥିବା ଔଷଧ ମିଳୁନଥିବାରୁ ରୋଗୀ ଅର୍ଥ ଖର୍ଚ୍ଚ କରି ବାହାର ଔଷଧ ଦୋକାନରୁ କିଣୁଛନ୍ତି. ଯଦି ଗୋଟିଏ ଔଷଧ ଥିଲେ ଅନ୍ୟ ଗୋଟିଏ ଵା ଦୁଇଟି ଔଷଧ ବାହାର ଔଷଧ ଦୋକାନରୁ ଅର୍ଥ ଖର୍ଚ୍ଚ କରି କିଣିବାକୁ ପଡୁଛି. ରାଜ୍ୟ ସରକାରଙ୍କ ଏହି ଯୋଜନା କାହା ସ୍ୱାର୍ଥରେ ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି. ଅନ୍ୟପଟେ ସରକାର ରୋଗୀଙ୍କୁ ମାଗଣାରେ ଔଷଧ ବିତରଣ କରାଯାଉଛି ବୋଲି ଚାରିଆଡେ ଡିବି ଡିବି ବାଜୁଛି. ହେଲେ ରୋଗୀଙ୍କୁ ଔଷଧ ଷ୍ଟକ ନାହିଁ କହି ଫେରେଇଵା କେତେଦୂର ଯୁକ୍ତିଯୁକ୍ତ ତାହା ମନରେ ଉଙ୍କି ମାରୁଛି. ଏହି ସମସ୍ୟା ଦୀର୍ଘଦିନରୁ ଲାଗି ରହିଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନଥିବାରୁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ