ସର୍ଜିଲ ଇମାମ ବିରୋଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ଭାରତ ବିରୋଧି ଭାଷଣ ଦେଇଥିବା ସର୍ଜିଲ ଇମାମର ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସର୍ଜିଲ ଏଭଳି ଭାଷଣ ଦେଶ ବିରୋଧି ଭାଷଣ ଦିଲ୍ଲୀରେ ଚାଲିଥିବା ସାହିନବାଗ ଆନ୍ଦୋଳନରେ ଦେଇଥିବା ବେଳେ ସର୍ଜିଲ ଇମାମ ଜେଏନୟୁ ଛାତ୍ରଙ୍କ ବିହାରରେ ଥିବା ସର୍ଜିଲର ଘରେ ଦିଲ୍ଲୀ ଓ ବିହାର ପୁଲିସ ପକ୍ଷରୁ ମିଳିତ ଚଢଉ କରାଯାଇଛି । ଏଥିସହ ତାଙ୍କର ସଂପର୍କୀୟ ମାନଙ୍କୁ ଅଟକ ରଖାଯାଇଛି । ଖବର ଅନୁଯାୟୀ ସର୍ଜିଲ ଇମାମ ନିଜର ଭାଷଣ ଦେଇ କହିଥିଲା ଯେ ଆସାମକୁ ଭାରତକୁ ଅଲଗା କରିଦିଆଯାଇ ଭାରତକୁ ଏକ ଶିକ୍ଷା ଦେବା ଆବଶ୍ୟକ । କାରଣ ବଙ୍ଗଳା ମୁସଲିମ ଓ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ତାହାର ଏହି ଭାଷଣର ଭିଡ଼ିଓ ସୋସିଆଲ ମିଡିଆରେ ବୁଲିବା ପରେ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି ।ଇତି ମଧ୍ୟରେ ସର୍ଜିଲର ଆଉ ଏକ ଉତ୍ତେଜକ ଭିଡ଼ିଓ ପରିପ୍ରକାଶ କରିଛି । ଏହି ଭିଡିଓଟି ସେ ଗତ ଡିସେମ୍ବରରେ ଆଲିଗଡ ମୁସଲିମ ବିଶ୍ୱ ବିଦ୍ୟାଳୟରେ ଦେଇଥିବା ଅନୁମାନ କରାଯାଉଛି । ଏଥିରେ ସେ କହୁଛି ଯେ ମୁସଲିମମାନେ ରାସ୍ତାକୁ ଓହ୍ଲାଇ ରାସ୍ତାବନ୍ଦ କରିବା ସହ ଦେଶକୁ ଅଚଳ କରିଦେବା ଆବଶ୍ୟକ । ଏହି ଭିଡିଓକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ପୁଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ