ସର୍ପାଘାତରେ ସିକ୍ୟୁରିଟ୍ ଗାର୍ଡ ମୃତ୍ୟୁ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ବିଦେଶୀ ମଦ ଦୋକାନରେ କାର୍ଯ୍ୟରତ ସିକ୍ୟୁରିଟ୍ ଗାର୍ଡଙ୍କର ସର୍ପାଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଉକ୍ତ ମଦ ଦୋକାନରେ ଗତ ୫ ବର୍ଷ ଧରି ସିକ୍ୟୁରିଟ୍ ଗାର୍ଡ ଭାବେ ଭଦ୍ରକ ପୁରୁଣା ବଜାର ନଙ୍ଗାମହଲା ଗ୍ରାମର ମମତାଜ୍ କାର୍ଯ୍ୟ କରିଆସୁଥିଲେ । ସୋମବାର ସକାଳେ ତାଙ୍କ ମୁଣ୍ଡ ବୁଲାଇବା ଯୋଗୁ ତାଙ୍କୁ କର୍ମଚାରୀ ମାନେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାରଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ