ସର୍ବଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ: ରାଇଜିଂ ଷ୍ଟୁଡେଣ୍ଟ କଟକ ଚମ୍ପିୟନ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ମିନି ଷ୍ଟାଡିୟମ ଠାରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ୨୧ତମ ସର୍ବଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପ୍‌ର ରବିବାର ଫାଇନାଲ ମ୍ୟାଚ୍ ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା ଓ ରାଇଜିଂ ଷ୍ଟୁଡେଣ୍ଟ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଇଜିଂ ଷ୍ଟୁଡେଣ୍ଟ କଟକ ଚମ୍ପିୟନ ହୋଇଥିବା ବେଳେ ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା ରନର୍ସ ଅଫ ଟ୍ରଫି ହାସଲ କରିଛି । ଇଷ୍ଟକୋଷ୍ଟ ରେଲୱେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଇଜିଂ ଷ୍ଟୁଡେଣ୍ଟ କଟକ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପ୍ରଦୀପ୍ତ ଦାସ ୯୪ ଓ ଅଭିନାଶ ନାୟକ ୨୯ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଏମ୍‌.ଏସ୍‌. ଦୀପକ କୁମାର ୧ ଓ ଏସ୍‌.ଭେଙ୍କଟ ରାହୁଲ ୧ ଉଇକେଟ ନେଇଥିଲେ । ଜବାବରେ ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା ୧୯.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୫୭ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ଦୀପକ କୁମାର ୫୩ ଓ ଟି.ଭି ସାଇ ଶ୍ରବଣ ୨୯ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ପ୍ରଦୀପ୍ତ ଦାସ ୫ ଓ ରାମ ଚନ୍ଦ୍ର ବେହେରା ୧ ଉଇକେଟ ନେଇଥିଲେ । ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ ଦି ସିରିଜ୍ ଭାବେ ରାଇଜିଂ ଷ୍ଟୁଡେଣ୍ଟର ପ୍ରଦୀପ୍ତ ଦାସଙ୍କୁ ପ୍ରଦାନ କରାଯାଇଥିଲା । ଅମ୍ପାୟର ଭାବେ ପ୍ରାଣନାଥ ଜେନା, ଲଲାଟ କେଶରୀ ନନ୍ଦ, ମ୍ୟାଚ୍ ରେଫରୀ ବ୍ରଜ କିଶୋର ମହାନ୍ତି, ସ୍କୋରର ଜ୍ୟୋତି ରଞ୍ଜନ ଜେନା, ସସ୍ମିତା ସାହୁ, ଭାଷ୍ୟକାର ସୁରେଶ ସାଣ୍ଡିଲ, ସଞ୍ଜୟ ମଜୁମଦାର, ଚିତ୍ତ ରଞ୍ଜନ ନାୟକ, ସୁଶାନ୍ତ ଜେନା, ସେକ୍ ଆଜାରୁଦ୍ଦିନ୍‌, ସୁଧାଂଶ ମହାନ୍ତି ଦାୟୀତ୍ୱ ତୁଲାଇଥିଲେ । ସଞ୍ଜୟ ମଜୁମଦାରଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ପିପିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ବିଜେପି ସଂପାଦକ ଅଭିମନ୍ୟୁ ସେଠୀ, ଓଡିଶା ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲ୍‌ମକି ଦଲୱାଜି ହବିବ୍‌, ବନ୍ତ ସରପଞ୍ଚ ମାନସୀରାଣୀ ରାଉତ, ବାଙ୍ଗାଲୋରସ୍ଥିତ ଓଡିଆ ପୂଜା କମିଟିର ସଭାପତି ହରପ୍ରସାଦ ମହାପାତ୍ର, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବିଡିଓ ପ୍ରଦୀପ କୁମାର ସେଠୀ, ସମାଜସେବୀ ସୁଶାନ୍ତ ରାଉତ, ହାଓଡାସ୍ଥିତ ହିନ୍ଦି ବିଶ୍ୱ ବିଦ୍ୟାଳୟର ଉପକୂଳପତି ଡଃ.ଦାମୋଦର ମିଶ୍ର, ଭଦ୍ରକ ଜିଲା କଂଗ୍ରେସ ସଭାନେତ୍ରୀ ସସ୍ମିତା ଚାନ୍ଦ, ସମାଜସେବୀ ତଥା ନାଟ୍ୟକାର ଡଃ.ସୁଧାଂଶୁ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଯୁବ ନେତା ଜ୍ୟୋତି ରଞ୍ଜନ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ