ଏକାଡ଼େମିକ ଇଣ୍ଟର ନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ଏକାଡ଼େମିକ ଇଣ୍ଟର ନ୍ୟାସନାଲ ସ୍କୁଲର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ସାମଲଙ୍କ ସଭାପତିତ୍ୱ ଅନୁଷ୍ଠିତ ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ଇଂ ଅଭୟ ସୂତାର, ବରପଦା ଇଂଜିନିୟରିଂ କଲେଜର ଅଧ୍ୟକ୍ଷ ଡ଼. ମୋହନ ପଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ଏକାଡ଼େମିକ ସ୍କୁଲର ନିର୍ଦ୍ଦେଶକ ସଂଯୁକ୍ତା ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ଦୈତାରୀ ଚରଣ ପତି ଅତିଥି ଭାବେ ଯୋଗ ଛାତ୍ରଛାତ୍ରୀ ମାନଙ୍କୁ ସୁପରାମର୍ଶ ଦେଇଥିଲେ । ଶିକ୍ଷକ ଦିଲ୍ଲିପ କୁମାର ନାୟକ ଅତିଥି ପରିଚୟ ଓ ଶିକ୍ଷୟିତ୍ରୀ ଅମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ମଞ୍ଚକୁ ଶିକ୍ଷୟିତ୍ରୀ ଏଲ ପ୍ରଜ୍ଞା ପରମିତା, ମାନସ କୁମାର ଜେନା ପରଚାଳନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ବସନ୍ତ କୁମାର ସାମଲଙ୍କ ରଚିତ ଓ ନିର୍ଦ୍ଦେଶିତ ନାରୀ ସଶକ୍ତିକରଣ ଉପରେ ପର୍ଯ୍ୟବେଶିତ କ୍ଷୁଦ୍ର ନାଟକ ‘ଲକ୍ଷ୍ୟ’ ଉଚ୍ଚକୋଟୀର ହୋଇଥିଲା । ଏହି ଅବସରରେ ଦିବଂଗତ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସୁଚିସ୍ମିତା ମହାନ୍ତି, ଶୁଭଲକ୍ଷ୍ମୀ ଦାସ, ସିପ୍ରା ସାହୁ, ପ୍ରସ୍ନାରାଣୀ ବିଶ୍ୱାଳ, ହୋଲି ପଣ୍ଡା, ତପସ୍ୱିନୀ ପାତ୍ର, ସୁନୀଲସାହୁ, ରମାକାନ୍ତ ତ୍ରିପାଠୀ, ଚିନ୍ମୟ ଦାସ, ନାରାୟଣ ତ୍ରିପାଠୀ, ସେକ୍ ସଲିମ ଅଲ୍ଲୀ, ହିମାଂଶୁ ପ୍ରଧାନ, ନରେନ୍ଦ୍ର ବେହେରା ସହଯୋଗ କରିଥିଲେ ।


