ସହୀଦଙ୍କୁ ଅସମ୍ମାନ ବନ୍ଦ ହେଉ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ରବିଟକିଜ୍ ଛକଠାରୁ ଟଙ୍କପାଣୀ ବ୍ରୀଜ୍ ପର୍ଯ୍ୟନ୍ତ ନାମ ପରିବର୍ତର୍ନକୁ ବିରୋଧ କରବା ଜଣେ ସ୍ୱର୍ଗତ ସୈନିକଙ୍କୁ ଅସମ୍ମାନ କରିବା ସହ ସମାନ । ଏହି ରାସ୍ତାର ନାମ ସହିଦ ଦିବାକର ମାର୍ଗ ନାମ ୨୦୦୯ ମସିହାରୁ ନାମକରଣ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଛି । ରାଜ୍ୟ ଗେଜେଟ୍ ନୋଟିଫିକେସନ୍ ହେବା ସହ ରାଜ୍ୟପାଳଙ୍କ ମୋହର ମଧ୍ୟ ବାଜିଛି । ସହିଦ ଦିବାକର ଥିଲେ ଜଣେ ପୂର୍ବତନ ସୈନିକ । ସେ ଆମ ଦେଶ ପାଇଁ ସେ ନିଜ ଜୀବନ ଦେଇଛନ୍ତି । ୧୯୯୯ମସିହାରେ ସେ ବାୟୁସେନାରେ ଯୋଗ ଦେଇ ଦେଶ ସେବାରେ ନିୟୋଜିତଥିଲେ । ବାଟାଲିୟନର ଡେପୁଟି କମାଣ୍ଡର କାର୍ଯ୍ୟ କରୁଥିବା ଥିଲେ । ଏହି ସମୟରେ ଦେଶଦ୍ରୋହୀଙ୍କ ବିସ୍ପୋରଣରେ ସେ ଶହୀଦ ହୋଇଥିଲେ । ଏବେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବାକୁ ଜୁଟି ଯାଇଛି । ଅପରପକ୍ଷରେ ଚୀନ ଓ ପାକିସ୍ତାନ ତାଲିବାନ ସହ ବନ୍ଧୁତା କରିବାକୁ ଚେଷ୍ଟା କରୁଛନ୍ତି । ସେହିପରି ଜାମ୍ମୁ କାଶ୍ମୀରରେ ଆମ ଦେଶର ସୈନିକମାନେ ଲଢ଼ୁଛନ୍ତି । ସୈନିକମାନଙ୍କୁ ଉତ୍ସାହିତ କରିବାର ସମୟ ଆସିଛି । ହେଲେ ଭୁବନେଶ୍ୱରରେ ସହୀଦଙ୍କ ନାମରକଣକୁ ବିରୋଧ କରାଯାଉଛି । ଏଣୁ ରାଜ୍ୟ ସରକାର ସୈନିକମାନଙ୍କୁ ଉଚିତ୍ ସମ୍ମାନ ପ୍ରଦାନ ପାଇଁ ପଦକ୍ଷେପ ନିଅନ୍ତିୁ ବୋଲି ଓଡ଼ିଆ ଏକ୍ସ ମିଲିଟାରି ପରିଷଦ ପକ୍ଷରୁ ଦାବି କରାଯାଇଛି ।
ସ୍ଥାନୀୟ ବ୍ରହ୍ମେଶ୍ୱର, ବଡ଼ଗଡ଼, ବାସୁଆଘାଇ, ବାଙ୍କୁଆଳ, ରାଜାରାଣୀ ନଗର, ରତ୍ନାକର ବାଗ, ଶିବନଗର, ଆଦି ଗ୍ରାମବାସୀ ସହୀଦଙ୍କୁ ଯେଉଁ ସମ୍ମାନ ପ୍ରଦାନ କରିଛନ୍ତି ତାହା ଅକ୍ଷୁଣ୍ଣ ରହୁ ବୋଲି କୁହାଯାଇଛି ।


