ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ର ଚରଣ ମହାନ୍ତିଙ୍କ ଦ୍ୱାଦଶ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଓଡ଼ିଶାରେ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣର ଜନକ, ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ର ଚରଣ ମହାନ୍ତିଙ୍କ ଦ୍ୱାଦଶ ଶ୍ରାଦ୍ଧାବାର୍ଷିକୀ ୨୫ ଅଗଷ୍ଟ ବୁଧବାର ଦିନ ପାଳନ କରାଯାଇଛି । ଏହି ଅବସରରେ ବିପ୍ର ଚରଣ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶାସ୍ତ୍ରୀନଗରସ୍ଥିତ ଶିଳ୍ପୀଙ୍କ ପ୍ରତିମୂର୍ତ୍ତିରେ ମାର୍ଲ୍ୟାପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, କେନ୍ଦ୍ରୀୟ ଲଳିତକଳା ଏକାଡ଼େମୀ ସଚିବ ରାମକୃଷ୍ଣ ବେଦାଲା, ଓଡ଼ିଶା ଲଳିତକଳା ଏକାଡ଼େମୀର ସଚିବ ପଞ୍ଚାନନ ସାମଲ, ଭାସ୍କର୍ଯ୍ୟ ଶିଳ୍ପୀ ଚନ୍ଦନ କୁମାର ସାମଲ, ବି.ସି. ସାହୁ, ରୁଦ୍ର ବେହେରା, ବାଦଲ ମହାନ୍ତି ପ୍ରମୁଖ ପ୍ରତିମୂର୍ତ୍ତିରେ ପୁଷ୍ପାର୍ପଣ କରିଥିଲେ । ଟ୍ରଷ୍ଟ ତରଫରୁ ଚଳିତ ଶିକ୍ଷାବର୍ଷର ଛାତ୍ରବୃତ୍ତି ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରୀ ସରସ୍ୱତୀ ଅଙ୍ଗ୍ରିଆଙ୍କୁ ପ୍ରଦାନ କରାଯାଇଥିଲା । ପରିଶେଷରେ ଟ୍ରଷ୍ଟର ଅଧ୍ୟକ୍ଷା ରୀତା ମହାନ୍ତି ଶିଳ୍ପୀଙ୍କ ପ୍ରତିମୂର୍ତ୍ତିର ଚତୁଃପାଶ୍ୱର୍କୁ ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ