ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ସହ କରୋନା ମୁକ୍ତି ନିମନ୍ତେ ପ୍ରାର୍ଥନା

ବ୍ରହ୍ମପୁର, (ଅନିଲ କୁମାର):  ଗୁରୁବାର ଦିନ ଗୋଶାଣିନୁଆଗାଁ ବୈଦ୍ୟସାହି ସ୍ଥିତ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଚୀନ ସହିତ ଲଢ଼େଇ କରି ଶହୀଦ ହୋଇଥିବା ୨୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାରର ମଙ୍ଗଳ ପାଇଁ ଭଗବାନଙ୍କଠାରେ ପ୍ରାର୍ଥନା କରାଯାଇଥିଲା।ଏହି ଅବସରରେ ଭାରତରୁ ଚାଇନା ସାମଗ୍ରୀ ବହିଷ୍କାର କରିବା ପାଇଁ ସ୍ୱାମୀ ହରିଶରଣାନନ୍ଦ ଆହ୍ୱାନ ଦେଇଥିଲେ।ସେହିପରି ମହାମାରୀ କରୋନା ରୋଗ ଭାରତ ତଥା ବିଶ୍ୱରୁ ମୁକ୍ତି ନିମନ୍ତେ ହୃଦୟ ପୂର୍ବକ ପ୍ରାର୍ଥନା କରାଯିବା ସହ ସମସ୍ତଙ୍କ ମନରେ ସାହସ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ପାଇଁ ପ୍ରାର୍ଥନା ହୋଇଥିଲା। ଠିକ ସେହିପରି ଋଷିକେଶ ସ୍ଥିତ ଗଙ୍ଗା ନିକଟରେ ଥିବା ବେଦାନ୍ତ ଜ୍ଞାନୀ ସ୍ୱାମୀ ହଂସାନନ୍ଦ ସ୍ୱାମୀଜୀଙ୍କ ଷୋଡ଼ଶୀ ପୂଜାର ଆୟୋଜନ ସ୍ୱାମୀ କୃଷ୍ଣନନ୍ଦ ସରସ୍ବତୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି।ପୁରୁଷ ସୂକ୍ତମ ଓ ଗୀତା ପାଠ ସହ ସ୍ୱାମୀଜୀଙ୍କୁ ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ସ୍ମୃତି ଗାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ୱାମୀ ହରିଶରଣାନନ୍ଦ, ସ୍ୱାମୀ ବ୍ରହ୍ମାନନ୍ଦ ତୀର୍ଥ, ସ୍ୱାମୀ ଭୁମାନନ୍ଦ ଗିରି,ସ୍ୱାମୀ ବିଦ୍ୟାନନ୍ଦଙ୍କ ସହ ଅନ୍ୟାନ୍ୟ ଗୁରୁଭାଇ ଗୁରୁ ଭଉଣୀ ଉପସ୍ଥିତ ଥିଲେ।ସ୍ୱାମୀ କୃଷ୍ଣନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ