ସାଂସଦଙ୍କ ଚାପୁଡା ମାଡ ଘଟଣାର ୟୁ-ଟର୍ଣ୍ଣ , ଏହା କଂଗ୍ରେସର ଅପପ୍ରଚାର

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ମହକୁମା ପାରଳାଖେମୁଣ୍ଡି ଠାରେ ଗତକାଲି ବିଜୁଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଚାପୁଡା ମରା ଭିଡିଓ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଆଜି ଏହା ଏକ ନୁତନ ମୋଡ ନେଇ ଘଟଣାର ୟୁ-ଟର୍ଣ୍ଣ ହୋଇଛି । କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପାଇଁ ଗତକାଲି ବୈଠକରେ ଯୋଗ ଦେଇଥିବା ଗଜପତି ଜିଲ୍ଲା ଯୁବ କଂଗ୍ରେସ ଦଳର ଜିଲ୍ଲା ସଭାପତି ସଂଗ୍ରାମ କିଶୋର ସାହୁଙ୍କୁ ସାଂସଦ ଚାପୁଡା ମାରିଥିବାର ଭିଡିଓ ଭାଇରଲ ହୋଇଥିଲା । ଏନେଇ ସଂଗ୍ରାମ ସାହୁ କହିଛନ୍ତି ଏହା କଂଗ୍ରେସ ଦଳର ଏକ ଷଡଯନ୍ତ୍ର ମୁଳକ ଅପପ୍ରଚାର ଅଟେ । ଏହି ଭିଡିଓକୁ କଂଗ୍ରେସ ଦଳ ଅତ୍ୟନ୍ତ ଚତୁରତାର ସହ ଭାଇରଲ କରିଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସହ ଗତ ୨୦ବର୍ଷର ସମ୍ପର୍କ ମୋ ସହିତ ରହିଛି । ତାଙ୍କ ଦ୍ୱାରା ମୁଁ ଅନୁପ୍ରାଣିତ ହୋଇ ଛାତ୍ର ଜୀବନରୁ ରାଜନୀତିକୁ ଆସିଛି । ବର୍ତ୍ତମାନ ମୁଁ କଂଗ୍ରେସ ଛାଡି ଗତକାଲି ଠାରୁ ବିଜେଡିରେ ଯୋଗ ଦେଇଛି । ତେଣୁ କଂଗ୍ରେସ ଦଳ ଅସହ୍ୟ ହୋଇ ଚତୁରତାର ସହ ଏହି ଭିଡିଓକୁ ଭଇରଲ କରିଛି । ଏଠାରେ ସାଂସଦ ମୋତେ ଚାପୁଡା ମାରିନାହାଁନ୍ତି କିମ୍ବା କୌଣସି ଖରାପ ଆଚରଣ କରିନାହାଁନ୍ତି ବୋଲି ସଂଗ୍ରାମ ସାହୁ କହିଛନ୍ତି । ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି ଏହା ବିଜୁଜନତାଦଳ ପରିବାରର କଥା ଅଟେ । ସଂଗ୍ରାମ ସାହୁଙ୍କ ସହ ମୋର ବିଶେଷ ଘନିଷ୍ଠତା ରହିଛି । ତାଙ୍କ ପ୍ରତି ମୋର ସ୍ନେହ ଓ ଆଦର ରହିଛି । ତେଣୁ ଏହି ଘଟଣାକୁ ଅପପ୍ରଚାର ଜରିଆରେ ଆଉ ଆଗକୁ ନିଆନଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ