‘ସାଇ ଦେବରାଜ ଏଜେନ୍ସି’ ପକ୍ଷରୁ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟରେ ଦୀପାବଳି

ବାଲେଶ୍ୱର, (ସରୋଜ ପଣ୍ଡା):‘ସାଇ ଦେବରାଜ ଏଜେନ୍ସି’ ପକ୍ଷରୁ ସହରର ରାଣୀପାଟଣା ସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଆଲୋକର ପର୍ବ ‘ଦୀପାବଳି’ ପାଳିତ ହୋଇଯାଇଛି । ଏଜେନ୍ସିର ମୁଖ୍ୟ ଯୁବ ସଙ୍ଗଠକ ଧୀରେନ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବାଲେଶ୍ୱର ପୌରପାଳ ଆଲୋକ କୁମାର ସାହୁ, ଶେଖ ଆୟୁବ, ସବିତା ରାଣୀ ସାହୁ, ଅର୍ପିତା ପ୍ରିୟଦଶିନୀ ପଟ୍ଟନାୟକ, ଶଶିରେଖା ମହାନ୍ତି ପ୍ରମୁଖ କାଉନସିଲରଙ୍କ ସମେତ ଶେଖ ଅନସର ଯୋଗଦେଇ ଦୀପାବଳି ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହ ବାଣ ରୋଷଣି ଜାଳି ଅତିଥିମାନେ ଦୀପାବଳି ପାଳନ କରିଥିଲେ । ଅନୁଷ୍ଠାନର ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ଉଦେଶ୍ୟରେ ଏହି ଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ନିଜେ ଖୁସି ରହିବା ସହିତ ସମାଜର ଦୁସ୍ଥ ଓ ଅବହେଳିତଙ୍କୁ ଖୁସି ରଖିବାରେ ଜୀବନ ସାର୍ଥକତା ଥାଏ ବୋଲି ସେମାନେ କହିିଥିଲେ । ଏହି ଅବସରରେ ସେମାନେ ଶିଶୁମାନଙ୍କୁ ମିଷ୍ଟାନ୍ନ ପ୍ରଦାନ କରିଥିଲେ । ରାଣୀପାଟଣା ସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ