ସାଗରିକା ଜୁଏଲର୍ସ ରୁ ଲୁଟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଅଂଚଳରେ ଥିବା ସାଗରିକା ଜୁଏଲର୍ସ ନାମକ ଏକ ସ୍ଵର୍ଣ ଅଳଙ୍କାର ଦୋକାନରୁ ଆନୁମାନିକ ୨ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଲୁଟ ହୋଇଥିବା ସୂଚନା ମିଳୁଛି।ମିଳିଥିବା ସୂଚନା ରୁ ଜଣାପଡିଛି ଯେ,ଏହି କିଛି ସମୟ ପୂର୍ବେ ଦୋକାନ ଖୋଲାଥିବା ସମୟରେ ଦୁଇ ଜଣ ଦୃବୃତ୍ତ ଏକ ପଲସର ବାଇକ ରେ ଆସି ଗ୍ରାହକ ଭାବେ ଦୋକଁ ଭିତରେ ପଶିଥିଲେ।ସେମାନେ ହଠାତ କାଉଣ୍ଟର ରେ ବସିଥିବା ଦୋକାନ ମାଲିକଙ୍କ ମୁହଁକୁ କିଛି କେମିକାଲ ସ୍ପ୍ରେ କରିଥିଲେ,ଯାହା ଫଳରେ ସେ କିଛି ସମୟ ପାଇଁ ଅପ୍ରସ୍ତୁତ ହୋଇ ପଡିଥଲେ ଓ କିଛି ଦେଖି ପାରିନଥିଲେ।ସେହି ସମୟ ମଧ୍ୟରେ ଦୃବୃତ୍ତ ଦ୍ୱୟ ପ୍ରାୟ ୨୦ଲକ୍ଷ ଟଙ୍କା ର ଅଳଙ୍କାର ଲୁଟ କରି ବାହାରେ ରଖିଥିବା ପ୍ସର ବାଇକ ରେ ଖସି ଯିବାକୁ ଉଦ୍ୟମ କଲାବେଳେ ସେମାନଙ୍କ ବାଇକ ଟି ଷ୍ଟାର୍ଟ ହୋଇନଥିଲା ଏବଂ ଦୋକାନ ପାଖରେ ଜଣେ ଡେଲିଭରି ବୟ ର ଗାଡି ଥୁଆ ହୋଇଥିଲା।ସେହି ଦୋକଁ ମାଲିକ,କର୍ମଚାରୀ ଙ୍କ ପାଟି ଶୁଣି ଆଖପାଖ ରେ ଥିବା ଲୋକେ ଧାଇଁ ଆସିବାରୁ ଦୃବୃତ୍ତ ମାନେ ନିଜ ପାଖରେ ରଖିଥିବା ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରି ଲୋକଙ୍କୁ ଭୟଭୀତ କରି ଡେଲିଭରି ବୟ ର ଗାଡି ଟି ନେଇ ଫେରାର ହୋଇ ଯାଇଥିଲେ।ଖବର ପାଇ ଜଟଣୀ ଥାନା ପୋଲିସ ,ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଛି ତଦନ୍ତ ଆରମ୍ବ କରଚି ଓ ଭୁବନେଶ୍ୱର ବାହାରକୁ ଯିବା କୁ ଥିବା ସମସ୍ତ ରାସ୍ତା ସିଲ କରି ତନଖି ଆରମ୍ଭ କରଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ