ସାପ କାମୁଡା ରେ ଜଣେ ମୃତ               

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ହରିଜନ ସାହି ର ଜଣେ ଯୁବକ ସାପ କାମୁଡା ରେ ମୃତ୍ୟୁବରଣ କରିଛନ୍ତି।ମୃତକ ଜଣକ ହେଲେ ପଞ୍ଚା ନାଇକ(୫୨)।ରବିବାର ସକାଳେ  ପଞ୍ଚା ତାଙ୍କ ଚାଷଜମି କୁ କାମ କରିବା ପାଇଁ ଯାଇଥିବା ବେଳେ କୌଣସି ବିଷାକ୍ତ ସାପ ତାଙ୍କ ବାମ ଗୋଡ ପାଦ କୁ କାମୁଡ଼ି ଦେଇଥିଲା।ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନ ଆଣି କୌଣସି ଜଣେ ବୈଦ୍ୟ ପାଖକୁ ଝାଡ଼ ଫୁଙ୍କ କରିବା ପାଇଁ ନେଇଥିଲେ। ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ସନ୍ଧ୍ୟାରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।ଖବରପାଇ ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରିବା ସହ ଥାନା ଅପମୃତ୍ୟୁ ମାମଲା ନଂ.୬/୨୩ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ପଠାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ