ସାପ କାମୁଡ଼ାରେ ପ୍ରାଣ ହରାଇଥିବା ମୃତକ ପରିବାରକୁ ସହାୟତା ମିଳିନଥିବା ଅଭିଯୋଗ

ଛତ୍ରପୁର ୧୬/୫: ସାପ କାମୁଡ଼ାରେ ପ୍ରାଣ ହରାଇବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କୌଣସି ସରକାରୀ ସହାୟତା ଏଯାଏଁ ମିଳିନଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ମୃତକ ପରିବାରବର୍ଗ । କୋଦଳା ତହସିଲ ଅଧୀନ ବେଗୁନିଆପଡା ବ୍ଲକର ମର୍ଦ୍ଦକୋଟ ଗାଁର ରାଜେଶ୍ୱରୀବେହେରାଙ୍କ ୮ ବର୍ଷର ଝିଅ ଅଞ୍ଜଳି ୨୦୧୮ ମସିହା ୨୧ ସେପ୍ଟେମ୍ବର ତାରିଖରେ ସାପ କାମୁଡ଼ାରେ ପ୍ରାଣ ହରାଇଥିଲା । ସମସ୍ତ ପ୍ରମାଣପତ୍ର ତହସିଲ ଅଫିସରେ ଦାଖଲ କରାଯାଇଥିଲା । ତହସିଲଦାରଙ୍କ ଅବହେଳା ଯୋଗୁଁ ପରିବାରବର୍ଗ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଶବ ବ୍ୟବଚ୍ଛେଦ ପ୍ରମାଣପତ୍ର, ମୃତ୍ୟୁ ପ୍ରମାଣପତ୍ର, ପୋଲିସ ଓ ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟ ଏବଂ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅନୁମତି ପ୍ରମାଣପତ୍ର ସତ୍ତ୍ୱେ ୭ମାସ ବିତି ଯାଇଥିଲେ ବି କୋଦଳା ତହସିଲଦାରଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ମୃତ ଅଞ୍ଜଳିର ମା’ ରାଜେଶ୍ୱରୀ ବେହେରା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିବାରବର୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ