ସାପ କାମୁଡ଼ାରେ ବୃଦ୍ଧ ମୃତ୍ୟୁ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାପ କାମୁଡାରେ ଜଣେ ବୃଦ୍ଧଙ୍କ ମଙ୍ଗଳବାର ଅପରାହ୍ନ ୪ ଟାରେ ମୃତ୍ୟୁ ଘଟିଛି l ସେ ହେଲେ ମୋୖଳାଭଞ୍ଜl ପଞ୍ଚାୟତ ଖୋଲଡି ଗ୍ରାମର ଏସ.ସିମାଞ୍ଚଳ ଦୋରା(୫୦) l ସୋମବାର ଅପରାହ୍ନ ରେ ସିମାଞ୍ଚଳ ବିଲ କାମ କରୁଥିବା ବେଳେ ତାଙ୍କୁ କୌଣସି ଏକ ଵିଷଧର ସାପ କାମୁଡି ଦେବାରୁ ସେ ଚିତ୍କାର କରିଥିଲେ l ଏହା ଶୁଣି ଆଖ ପାଖରେ ଥିବା ଲୋକେ ସିମାଞ୍ଚଳଙ୍କୁ ଦିଗପହଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ସିମାଞ୍ଚଳଙ୍କ ମୃତ ଘୋଷଣା କରିଥିଲେ l ଖବର ପାଇ ପାଟପୁର ପୋଲିସ ଡାକ୍ତରଖାନରେ ପହଁଚି ମୃତ ଦେହ ଜବତ କରି ଅପମୃତ ମାମଲା ନଂ ୨୪/୨୦ ରୁଜୁ କରିଛି l


