ସାମାଜିକ ଅନୁଷ୍ଠାନ ଦିଶା ଓଡ଼ିଶାର ଦ୍ୱାଦଶ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିରବଚ୍ଛିନ୍ନ ସାଧନା, ଦୃଢ ନିଷ୍ଠା, ଏକାଗ୍ରତା ତଥା ଅଦମ୍ୟ ଉଦ୍ଦୀପନା ସହ ଯେଉଁମାନେ ସଫଳତାର ସୋପାନରେ ପହଞ୍ôଚ ପାରିଛନ୍ତି, ଓଡିଶାରେ ନିଜର ଦକ୍ଷତାକୁ ସଫଳ ଭାବେ ରୂପ ଦେଇ ଯେଉଁ ପ୍ରତିଭାମାନେ ରାଜ୍ୟ ବାହାରେ ଉତ୍କଳ ଭୂମିକୁ ଗୌରବାନ୍ୱିତ କରିଛନ୍ତି ସେହି ପ୍ରତିଭାମାନଙ୍କୁ ଜାତୀୟ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି ।ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସାମାଜିକ ଅନୁଷ୍ଠାନ ଦିଶା ଓଡ଼ିଶାର ଦ୍ୱାଦଶ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏହି ସମ୍ମାନ ସମାରୋହରେ ଅଧ୍ୟକ୍ଷତା କରିଥିଲେ ଦିଶାର ଅଧ୍ୟକ୍ଷା ଡ. ବନ୍ଦନା ହରିଚନ୍ଦନ । ଉଦ୍ଘାଟକ ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ ଯୋଗଦେଇ ଅଭିଭାଷଣ ରଖିବା ସହ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ଦିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସମାଜସେବୀ ଚିଦାତ୍ମିକା ଖଟୁଆ, ସସ୍ମିତା ଦାସ ଓ ସମାଜସେବୀ ଅଧିôବକ୍ତା ଦିଲ୍ଲୀପ ମିଶ୍ର ଯୋଗ ଦେଇଥିଲେ । ଏଥିସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସ୍ମାଇଲ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ପରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ ଦିଶାର ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ଓଝା । ସହଯୋଗ କରିଥିଲେ ତନ୍ମୟ ସମାନ୍ତରାୟ, ମାନସ ରଞ୍ଜନ ସାହୁ, ଦେବବ୍ରତ ମେକାପ । ମଞ୍ଚ ପରିଚାଳନା କରିଥିଲେ ଜ୍ଞାନାନନ୍ଦ ସାଗର କୁମାର ।ନିଜ କୃତି, କୀର୍ତ୍ତି, ପରିଶ୍ରମ, ଉଦ୍ୟମ ଓ ଦୃଢନିଷ୍ଠା ବଳରେ ଯେଉଁମାନେ ଜାତୀୟସ୍ତରରେ ନିଜର ପରିଚୟ ସୃଷ୍ଟି କରି ଉତ୍କଳ ଭୂମିକୁ ମହିମା ମଣ୍ଡିତ କରିଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ସାମାଜିକ ଅନୁଷ୍ଠାନ ଦିଶା ଓଡ଼ିଶାର ଜାତୀୟ ଯୁବ ପ୍ରତିଭା ସମ୍ମାନ-୨୦୨୩ ଅମିୟ ପାଣ୍ଡବ, ଯୁବ ପ୍ରଭାବୀ ପ୍ରେରଣାଦାତା, ଭୁବନେଶ୍ୱର, ଟିଟନ ସାହୁ, ବିଶିଷ୍ଟ ଉଦ୍ୟୋଗପତି, ଭୁବନେଶ୍ୱର, କପିଳ ଭାର୍ଗବ, ୟୁଥ ଜର୍ଣ୍ଣାଲିଷ୍ଟ, ଦିଲ୍ଲୀ, ଡ଼ଃ ବେଣୁଧର ଶତପଥୀ, ପ୍ରତିଷ୍ଠିତ ଚିକିତ୍ସକ, ଭୁବନେଶ୍ୱର, ମୀରା ପରିଡ଼ା, ବିଶିଷ୍ଟ ସମାଜସେବୀ, ଭୁବନେଶ୍ୱର, ଜ୍ୟୋତ୍ସ୍ନା ପରିଡ଼ା, ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି, ଅଭିମନ୍ୟୁ ଦାସ, ବିଶିଷ୍ଟ ସମାଜସେବୀ କଟକ, ଜୟଶ୍ରୀ ଧଳ, ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ, ଭୁବନେଶ୍ୱର, ଉଦିତ ଗୁରୁ ମହାପାତ୍ର, ପ୍ରମୋଦ କୁମାର ରାଉତ, ବିଶିଷ୍ଟ କ୍ରୀଡ଼ା ଶିକ୍ଷକ ତଥା ସମାଜସେବୀ, ଦଧିବାମନ ଉଚ୍ଚ ବିଦ୍ୟାଳୟ, ରଘୁନାଥ,ନନ୍ଦନକାନନ, ଭୁବନେଶ୍ୱର, ଦେବବ୍ରତ ପଟ୍ଟନାୟକ, ବିଶିଷ୍ଟ ଯୁବ ନାଟ୍ୟ ନିର୍ଦ୍ଦେଶକ, ଭୁବନେଶ୍ୱର, ପ୍ରମୋଦ ପତି, ଯୁବ ବଂଶୀ ବାଦକ, ଭୁବନେଶ୍ୱର, ପ୍ରଦୀପ ପୃଷ୍ଟି, ବିଶିଷ୍ଟ ସମାଜସେବୀ, ଭୁବନେଶ୍ୱର, ମୋହନ ମହାରଣା, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ସମାଜସେବୀ ଯାଜପୁର, ଶେଖ ଗୁଲଜାର ହୁସେନ, ବିଶିଷ୍ଟ ଅଭିନେତା, ବାଲପାଟଣାଙ୍କୁ ପ୍ରଦାନ କରାଯାଇଥିଲା ।


