ସାମ୍ବାଦିକ ଶଶିଭୂଷଣ ରଥ
ସମ୍ବାଦ ପତ୍ର ର ସମାଜ ର ପରିବର୍ତ୍ତନ ରେ ପ୍ରମୁଖ ଭୂମିକା ରହିଛି। ଯେହେତୁ ଗଣମାଧମ ହେଲା ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ ତେଣୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନିରପେକ୍ଷ ହେବା ଉଚ୍ଚିତ କିନ୍ତୁ ତାହା ସମ୍ଭବ ହେଉନାହିଁ।ଅନେକ ଥର ଟେଲିଭିଜନ ବା ପ୍ରିଣ୍ଟ ମିଡିଆର ପ୍ରତିନିଧି ମାନେ ରାଜନୈତିକ ଦଳର ମୁଖପାତ୍ର ପରି କାମ କରୁଛନ୍ତି ଏବଂ ସାଧାରଣ ଲୋକଙ୍କ ସ୍ଵର ଚପାଇ ଦେଉଛନ୍ତି।ସମ୍ବାଦ ପତ୍ରର ପ୍ରତିନିଧି ଯଦି ସମାଜ ପାଇଁ ମାର୍ଗଦର୍ଶୀ ରୂପେ କାମ କରିବେ ତାହେଲେ ସମାଜ ରେ ନିଶ୍ଚୟ ପରିବର୍ତ୍ତନ ଦେଖିବା କୁ ମିଳିବ କିନ୍ତୁ ତାହା ସମ୍ଭବ ନୁହେଁ।ଭାରତର ଜାତୀୟ ପିତା ମୋହନ ଦାସ କରମଚାନ୍ଦ ଗାନ୍ଧୀ ସମ୍ବାଦ ପତ୍ରର ଏହି ମହାନ ଭୂମିକାକୁ ଅନୁଭବ କରିଥିଲେ ଏବଂ “ହରିଜନ ବନ୍ଧୁ” ସମ୍ବାଦ ପତ୍ର କୁ ଭାରତର ସ୍ଵାଧୀନତା ସଂଗ୍ରାମର ମୁଖ ପାତ୍ର କରି ଗଢିଥିଲେ । ମୋହନଦାସ କରମଚାନ୍ଦ ଗାନ୍ଧୀଜଣେ ନିରପେକ୍ଷ ଏବଂ ନିର୍ଭୀକ ସାମ୍ବାଦିକ ଥିଲେ । ଓଡିଶାର ପ୍ରଥମ ଖବର କାଗଜ ଦୈନିକ ଆଶାର ସମ୍ପାଦକ ଶଶିଭୂଷଣ ରଥ ଜଣେ ନିରପେକ୍ଷ ସାମ୍ବାଦିକ ଥିଲେ । ଶଶିଭୂଷଣ ରଥ ଜଣେ ସାମ୍ବାଦିକ ,ସାମାଜ ସେବକ , ରାଜେନତା ଏବଂ ଦୈନିକ ଖବରକାଗଜ ଦୈନିକ ଆଶା ର ଉପଦେଷ୍ଠା ଥିଲେ।ଭାରତର ସ୍ଵାଧୀନତା ସମୟରେ ଓଡିଶାରେ ଯେଉଁ ସ୍ଵର ଉଠିଥିଲା ସେଥିପାଇଁ ଶଶିଭୂଷଣ ରଥଙ୍କର ଅବଦାନ ରହିଛି କହିଲେ ଭୁଲ ହେବ ନାହିଁ।ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ଭାବେ ପ୍ରତିଷ୍ଠା କରିବା ଏବଂ ଓଡିଆ ଭାଷା କୁ ମଧ୍ୟ ସୀକୃତି ମିଳିବା ସେହି ସମୟର ଓଡିଶାର ନେତା ମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।ବାପୁଜୀଙ୍କ ଆହ୍ଵାନ ରେ ଓଡିଶାର ନେତୃବୃନ୍ଦ ଜେଲ ମଧ୍ୟ ଯାଇଛନ୍ତି।ଶଶିଭୂଷଣ ରଥ ବାପୁଜୀଙ୍କ ଲବଣସତ୍ୟାଗ୍ରହ କୁ ସମର୍ଥନ କରି ଜେଲ ମଧ୍ୟ ଯାଇଛନ୍ତି।ଦକ୍ଷିଣ ଓଡିଶା ରେ ଶଶିଭୂଷଣ ରଥ ଗୋଟିଏ ଅତି ପରିଚିତ ନାମ।ଓଡିଆ ଭାଷା ପାଇଁ ଟାଇପ ରାଇଟର ତିଆରି କରିବା ରେ ଶଶିଭୂଷଣ ରଥ ଏବଂ ତାଙ୍କ ଭାଇ ରଙ୍ଗନାଥ ମହାପାତ୍ରଙ୍କ ଅବଦାନ ରହିଛି।ଶଶିଭୂଷଣ ରଥ ପଶୁବଳି କୁ ମଧ୍ୟ ବିରୋଧ କରିଥିଲେ ଏଥିରୁ ଶଶିଭୂଷଣ ରଥଙ୍କର ଜୀବ ପ୍ରତି ଦୟା ଭାବ ଜଣା ପଡେ।ଶଶିଭୂଷଣଙ୍କୁ ନେଇ ଓଡିଶା ମାଟି ଗର୍ବିତ ତାଙ୍କ ଭଲ କାମ ପାଇଁ ତାଙ୍କୁ ବ୍ୟାଘ୍ର ବୋଲି ନାମକରଣ କରାଯାଇଥିଲା , ସିଏଥିଲେ ଗଞ୍ଜାମ ଜିଲ୍ଲାର ବାଘ।ଶଶିଭୂଷଣ ରଥଙ୍କ ଜନ୍ମ ୧ଜାନୁୟାରୀ ୧୮୮୫ଗଞ୍ଜାମ ଜିଲ୍ଲାର ସୋରୋଡା ଗ୍ରାମ ରେ ହୋଇଥିଲା।ଶଶିଭୂଷଣ ରଥ ଲମ୍ବୋଦର ମହାପାତ୍ରଙ୍କ ଦ୍ବିତୀୟ ପୁତ୍ର ଥିଲେ। ଶଶିଭୂଷଣ ରଥ ତାଙ୍କ ବାପାଙ୍କ ଭାଇ ତଥା ଦାଦା ଦିଗମ୍ବର ରଥଙ୍କ ପୋଷ୍ୟ ପୁତ୍ର ଥିଲେ।ଜନ୍ମ ସମୟ ରୁ ଶଶିଭୂଷଣ ରଥ ନିଜ ସାଜ୍ଞା “ରଥ” ରଖିଥିଲେ । ଶଶିଭୂଷଣ ରଥଙ୍କ ପ୍ରାଥମିକ ଶିକ୍ଷା ଭଞ୍ଜନଗର ସ୍ଥିତ ରଷେଲକୁଣ୍ଡା ବୋର୍ଡ ସ୍କୁଲ ରେ ହୋଇଥିଲା। ,ଛୁଆବେଳେ ଶଶିଭୂଷଣ ରଥଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନଥିଲା ତେଣୁ ତାଙ୍କୁ ଅନେକ ସମୟ ଘରେ ରହିବା କୁ ପଡୁଥିଲା।ରଷେଲକୁଣ୍ଡା ବୋର୍ଡ ସ୍କୁଲ ରେ ପଢିବାବେଳେ ଶଶିଭୂଷଣ ରଥଙ୍କୁ ଘର ମନେପଡିଥିଲା,ସିଏ ଭଞ୍ଜନଗର ଛାଡି ଚାଲି ଚାଲି ୩୦ କିଲୋମିଟର ଦୂର ସୋରାଡା ଫେରି ଯାଇଥିଲେ । ୧୯୦୨ ମସିହା ରେ ଶଶିଭୂଷଣ ରଥ ମେଟ୍ରିକ ପାସ କରିଥିଲେ।ଶଶିଭୂଷଣ ରଥ ଓଡିଶା ଛାଡି ମୁମ୍ବେଇ ଯାଇ ନିଜ ନାମ ରେ ଏକ ଯୋତା କମ୍ପାନି ଖୋଲିଥିଲେ।ସେହି ଜୋତା କମ୍ପାନିର ନାମ ହେଲା ରଥ ଏଣ୍ଡ କୋ।ଶଶିଭୂଷଣ ଖୁବ ଭଲ ଭାବେ ଗୁଜରାଟି କହୁଥିଲେ।ଶଶିଭୂଷଣ ରଥଙ୍କୁ ଜଣେ ବିଦେଶି ବନ୍ଧୁ ଗଣଯୋଗାଯୋଗ ବିଷୟ ରେ ଅବଗତ କରିଥିଲେ।ଶଶିଭୂଷଣ ରଥ ଏହା ପରେ ମୁମ୍ବେଇ କ୍ରୋନି କଲ ଖବରକାଗଜର ଆସିସ୍ଟେଣ୍ଡ ଏଡିଟର ରୂପେ କାମ କରିଥିଲେ।ଶଶିଭୂଷଣ ରଥ ମୁମ୍ବେଇ ଛାଡି ପୁନେର ଲେଦର ଇଣ୍ଡଷ୍ଟ୍ରୀରେ କାମ କଲେ। ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁ ଶଶିଭୂଷଣ ରଥଙ୍କୁ ଓଡିଶା ଫେରିବାକୁ ପଡିଲା।ଶଶିଭୂଷଣ ରଥ ମଧୁସୂଦନ ଦାସଙ୍କ ଉତ୍କଳ ତ୍ରିନେରୀ ରେ ମେନେଜର ରୂପେ କିଛିଦିନ କାମ କଲେ,ତାପରେ ଶଶିଭୂଷଣ ରଥ କଲିକତାର ମେଡ଼ିସିନ କମ୍ପାନି ୟଙ୍ଗ ଏଣ୍ଡ କୋ ରେ ମନେଜର ରୂପେ କାମ କରିଥିଲେ। ଶଶିଭୂଷଣ ରଥ ୧୯୧୩ ରେ ସାପ୍ତାହିକ ପତ୍ରିକା “ଆଶା” ଆରମ୍ଭ କରିଥିଲେ।୧୯୨୮ରେ ଶଶିଭୂଷଣ ରଥ “ଦୈନିକ ଆଶା”ଦୈନିକ ଖବର କାଗଜ ପ୍ରକାଶ କରିଥିଲେ।ଶଶିଭୂଷଣ ରଥଙ୍କ ଦୈନିକ ଆଶା ଓଡ଼ିଶାର ପ୍ରଥମ ଦୈନିକ ଖବର କାଗଜ ରୂପେ ଆରମ୍ଭ ହୋଇଥିଲା।ଦୈନିକ ଆଶା ଖବର କାଗଜ ଆରମ୍ଭ କରିବା ପରେ ଶଶିଭୂଷଣ ରଥ ସାପ୍ତାହିକ ଇଂରାଜୀ ଖବରକାଗଜ ଦି ଇଷ୍ଟ କୋଷ୍ଟ ଆରମ୍ଭ କରିଥିଲେ ଯାହାର ସମ୍ପାଦକ ଥିଲେ ପଣ୍ଡିତ ଗୋଦାବରୀଶ ମିଶ୍ର। ଶଶିଭୂଷଣ ରଥ ବ୍ରହ୍ମପୁର ମୁନିସିପାଲିଟି ର ଭାଇସ ଚ୍ୟାରମେନ ଭାବେ ନିର୍ବାଚିତ ହୋଇଥିଲେ। ଶଶିଭୂଷଣ ରଥ ପବ୍ଲିକ ରିପ୍ରେଜେନଟିଭ ରୂପେ ନିର୍ବାଚିତ ହୋଇଥିଲେ।ଶଶିଭୂଷଣ ରଥ ଲବଣସତ୍ୟାଗ୍ରହ ଏବଂ ସିଭିଲ ଡ଼ିସଓବିଡ଼ିଏଣ୍ଟ ଆନ୍ଦୋଳନ ବିଷୟ ରେ ଖବରକାଗଜ ରେ ପ୍ରକାଶ କରିଥିଲେ ଏବଂ ସମର୍ଥନ ମଧ୍ୟ କରିଥିଲେ।ମାହାତ୍ମା ଗାନ୍ଧୀ ପ୍ରଥମ ଥର ୧୯୨୧ମସିହା ରେ ଓଡିଶା ଆସିଥିଲେ ସେତେବେଳେ ଶଶିଭୂଷଣ ରଥ ମାହାତ୍ମା ଗାନ୍ଧୀଙ୍କ ସହିତ ଓଡିଶାର ସମସ୍ୟା ବିଷୟ ରେ ଆଲୋଚନ କରିଥିଲେ।ସାମାଜିକ କୁରିତି ଯେମିତି କି ଅସ୍ପୃଶ୍ୟତା କୁ ମଧ୍ୟ ବିରୋଧ କରିଥିଲେ।୧୯୩୦ ମିସିହା ରେ ଶଶିଭୂଷଣ ରଥ ଗିରଫ ହୋଇଥିଲେ ଏବଂ ୧୯୩୧ରେ ଜେଲ ରୁ ମୁକୁଳିଥିଲେ। ଶଶିଭୂଷଣ ରଥଙ୍କୁ ଗଞ୍ଜାମର ଗୌରବ ମଧ୍ୟ କୁହାଯାଏ ତାଙ୍କ ନାମ ରେ ଶଶିଭୂଷଣ ରଥ ମହିଳା କଲେଜ କୁ ବ୍ରହ୍ମପୁର ରେ ସ୍ଥାପନ କରାଯାଇଛି। ଓଡିଶାର ଏହି ବୀରପୁତ୍ର ୧୯ମାର୍ଚ୍ଚ ୧୯୪୩ ରେ ମୃତ୍ୟୁବରଣ କରିଥିଲ।ଓଡିଶା ତାର ଏହି ନିର୍ଭୀକ ପୁତ୍ର କୁ ହରାଇ ନିଶ୍ଚିତ ଦୁଃଖି ହୋଇଛି।ଏହି ପୁତ୍ର ଓଡିଆ ମାଟି କୁ ଭଲ ପାଇଛି ଓଡିଆତ୍ଵ କୁ ଆଦର କରିଛି ତାର କାମ କୁ ଓଡିଶା ଯୁଗେ ଯୁଗେ ମନେ ରଖିବ ।
କାଳି ଦାସ.
ବ୍ରହ୍ମପୁର.
ଖୋଡାସିଙ୍ଗ କଳିଙ୍ଗନଗର।
ଫୋନ ନମ୍ବର -୭୨୦୫୧୦୦୮୩୯॰


