ସାମ୍ବାଦିକ, ସରକାରୀ କର୍ମ•ରୀ ମାନଙ୍କ ସୁରକ୍ଷା ପାଇଁ ସିଟିଜେନ୍ସ୍ ପାର୍ଟିର ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଗଣତନ୍ତ୍ରର ଚତୁର୍ଥସ୍ତମ୍ବର ସାମ୍ବାଦିକ ମାନଙ୍କ ଉପରେ କେତେବେଳେ ଆକ୍ରମଣ ହେଉଛି ତ କେତେବେଳେ ସରକାରୀ କର୍ମଚାରୀ ଓ ଡାକ୍ତର ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଉଛି । ସରକାରୀ କର୍ମଚାରୀ ଓ ଡାକ୍ତର ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ଫୋର୍ମ୍ ପାର୍ଟିର ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ସାମ୍ବାଦିକ ଏବଂ ସରକାରୀ କର୍ମ•ରୀମାନଙ୍କର ସୁରକ୍ଷା, ନିରାପତ୍ତା ଏବଂ ମର୍ଯ୍ୟାଦା ଶତ ପ୍ରତିଶତ ଅକ୍ଷୁର୍ଣ୍ଣ ରଖିବା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବା ପାଇଁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆଇସିପି) ଦାବି କରିଛି । ସାମ୍ବାଦିକ ଏବଂ ସରକାରୀ କର୍ମ•ରୀ ମାନଙ୍କୁ ଧମକ ଚମକ କଲେ କିମ୍ବା ଅଶ୍ଲୀଳ ଭାଷାରେ ଗାଳିଗୁଲକ କଲେ କିମ୍ବା ଦୁର୍ବ୍ୟବହାର କଲେ କିମ୍ବା ଆକ୍ରମଣ କଲେ ଏହାକୁ ଜାମିନି ବିହୀନ ଅପରାଧ ଭାବେ ଘୋଷଣା କରିବାକୁ ଏବଂ ଅପରାଧୀମାନଙ୍କୁ ସର୍ବନିମ୍ନ ୧୦ ବର୍ଷ ଜେଲ୍ ଏବଂ ୧୦ ହଜାର ଟଙ୍କା ଅର୍ଥଦଣ୍ଡ ବ୍ୟବସ୍ଥା କରିବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆଇସିପି) ଦାବି କରିଛି । ଏଥିପାଇଁ ଏକ ଡ଼୍ରାଫ୍ଟ ବିଲ୍ ପ୍ରସ୍ତୁତ କରିବା ପାଇଁ ସାମ୍ବାଦିକ ଏବଂ ସରକାରୀ କର୍ମ•ରୀ ମାନଙ୍କ ଠାରୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ମତାମତ ଆହ୍ୱାନ କରୁଛି । ମୋବାଇଲ୍ ନମ୍ବର ୮୪୮୦୨୬୬୦୦୩ରେ ଯୋଗାଯୋଗ ପାଇଁ ଅନୁରୋଧ କରାଯାଇଛି । ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆଇସିପି) ସରକାର ଗଢିଲେ ସାମ୍ବାଦିକ ଏବଂ ସରକାରୀ କର୍ମ•ରୀ ମାନଙ୍କର ସୁରକ୍ଷା, ନିରାପତ୍ତା ଏବଂ ମର୍ଯ୍ୟାଦା ଶତପ୍ରତିଶତ ଅକ୍ଷୁର୍ଣ୍ଣ ରଖିବା ପାଇଁ ସ୍ୱତନ୍ତ୍ର ଆଇନ୍ ତୁରନ୍ତ ପ୍ରଣୟନ କରାଯିବ ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ସାମ୍ବାଦିକ ସମ୍ମିଳନୀେରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ