ସାରଦା ଏକାଡେମୀ ୨୦୦୦ ବ୍ୟାଚର ବନ୍ଧୁମିଳନ
ତିର୍ତୋଲ, (ଅଭିଷେକ ତ୍ରିପାଠୀ):ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ସାରଦାଏକାଡେମୀ ର ଦୁଇହଜାର ମସିହା ମାଟ୍ରିକବ୍ୟାଚ ର ଏକ ବନ୍ଧୁମିଳନ ଓ ଭାବବିନିମୟ କାର୍ଯ୍ୟକ୍ରମ ଗତ ବୁଧବାରଦିନ ବସନ୍ତବଗିଚା ସାରଳାପବ୍ଲିକସ୍କୁଲ ପରିସରରେ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଦୀର୍ଘ ବାଇଶିବର୍ଷ ପରେ ପ୍ରାକ୍ତନ ସହପାଠୀମାନେ ପରସ୍ପରମଧ୍ୟରେ ଏହି ଭେଟଘାଟ ସମୟରେ ଅପୂର୍ବ ଭାବମୟ ପରିବେଶ ସୃଷ୍ଟିହୋଇଥିଲା।ଅତୀତର ସ୍ମୃତିକୁ ରୋମନ୍ଥନ କରି କେତେକ ଭାବବିହ୍ଵଳ ହୋଇଉଠିଥିଲେ ଦିବଂଗତ ଶିକ୍ଷକମାନଙ୍କ ପାଇଁ ପ୍ରାରମ୍ଭରେ ଦୁଇମିନିଟ ନିରବପ୍ରାର୍ଥନା ପରେ ନିଜନିଜର ଅନୁଭବ ଓ ଅନୁଭୂତି ବ୍ୟକ୍ତକରିଥିଲେ ପ୍ରାକ୍ତନଛାତ୍ରଛାତ୍ରୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସିଦ୍ଧାର୍ଥଶଙ୍କର ରାଉଳ, ଇଞ୍ଜିନିଅର ନୃସିଂହନାଥ ସାହୁ, ବୈକୁଣ୍ଠନାଥ ରାଉଳ ସୁନୀଲ ଦାସ, ସହଦେଵ ସାହୁ, ରଞ୍ଜିତ ମହାନ୍ତି , ମାମିନା ବେହେରା, ମାନସୀ ପଣ୍ଡା, ବିଷୟା ସ୍ବାଇଁ , ରିଙ୍କି ପ୍ରଧାନ , ସୁଜାତା ରାଉଳ , ସ୍ୱୟଂପ୍ରଭା ମିଶ୍ର , ରଶ୍ମିରଞ୍ଜନ ଦାସ , ଅମିତା ଦାସ , ପୁଷ୍ପା ମହାରଣା , ମୋନାଲିସା ଦାସ , କୀର୍ତ୍ତିମୟୀ ଓଝା , ଜଲିବେହେରା , ବରଦାପ୍ରସାଦ ସାହୁ , ଶରତ ମହାରଣା , ଓ ପ୍ରଭାତ ବେହେରା ଙ୍କ ସମେତ ସମସ୍ତସହପାଠୀ ବୃନ୍ଦ ବିଶେଷକରି ଏହିସହପାଠୀ ମାନେ ନିଜନିଜର ପରିବାର ସହିତ କାର୍ଯ୍ୟକ୍ରମ ରେ ଯୋଗଦେଇଥିବାରୁ ଖୁସିର ଲହର ଦେଖିବାକୁ ମିଳିଥିଲା।।


