ଗ୍ରାସୀମ ଇଣ୍ଡୋଷ୍ଟିଜରେ ପୁଣି ଓଡ଼ିଆ ଶ୍ରମିକଙ୍କୁ ନିର୍ଯ୍ୟାତନା ଓ ଆକ୍ରମଣ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜରେ ପୁଣି ଜଣେ ଓଡ଼ିଆଙ୍କୁ ନିର୍ଯ୍ୟାତନା ଓ ଆକ୍ରମଣ ଅଭିଯୋଗ।ତାହାପୁଣି ଗାଡିରୁ ତେଲ ଚୋରି କରୁଥିବା ବେଳେ ଅଗ୍ନିଶ୍ରମ ବିଭାଗର ଡିସିପିଓ ଧରିବା ପଡିଛି ମହଙ୍ଗା। ବିଭିନ୍ନ ସମୟରେ ନିର୍ଯ୍ୟାତନା ସହ ଆଜି ସୀମା ଟପି ଆକ୍ରମଣ ପର୍ଯ୍ୟନ୍ତ କଥା ଯିବା ସହ ଜୀବନ ପ୍ରତି ବିପଦ ଦେଖାଯାଇଛି। ଯାହାକୁ ନେଇ ଶ୍ରମିକ ମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପ୍ରକାଶ ପାଇଥିଲା। ନୟାଗଡ଼ ଜିଲ୍ଲାର ଖଣ୍ଡପଡା ବ୍ଲକର ଜଗନ୍ନାଥପ୍ରସାଦ ଗ୍ରାମର ଚିତରଞ୍ଜନ ଖଟେଇ ଗତବର୍ଷ ଅଗଷ୍ଟ ମାସରେ ଗଂଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜରେ ଅଗ୍ନିଶ୍ରମ ବିଭାଗର ଡିସିପିଓ ରୂପେ ନିଯୁକ୍ତି ପାଇଥିଲେ। ଗତ ଡିସେମ୍ବର ମାସରେ ରାତ୍ରିକାଳୀନ ଡ୍ୟୁଟି କରୁଥିବା ବେଳେ ଅଗ୍ନିଶ୍ରମ ବିଭାଗର ଅନ୍ୟଜଣେ ଡିସିପିଓ ଆଶୁତୋଷ ମହାପାତ୍ର ଅଗ୍ନିଶମଗାଡିରୁ ତେଲ ଚୋରି କରୁଥିବା ଦେଖିଥିଲେ। ଯାହାକୁ ନେଇ ସେପ୍ରତିବାଦ କରିରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପରେ ସେ ଏନେଇ ସିକ୍ୟୁରୀଟି ମ୍ୟାନେଜର ଲିପିତ ମହାନ୍ତିଙ୍କ ଦୃଷ୍ଟିକୁ ଆଣିଥିଲେ। ଫଳରେ ଓଲଟି ମ୍ୟାନେଜର ଏହା କାହାଆଗରେ ପ୍ରକାଶ କଲେ ଚାକିରୀ ଯାଇପାରେ ବୋଲି କହି ତାଗିତ କରିଥିଲେ ।। ପୁଣି ଗତ ସପ୍ତାହରେ ରାତ୍ରିସମୟରେ କାର୍ଯ୍ୟରତ ଥିବା ସମୟରେ ସିକ୍ୟୁରୀଟି ସୁପରଭାଇଜର ସାନ୍ତୁନ ପଣ୍ଡା ଆସି ଆମ ବିରୋଧରେ ଅଭିଯୋଗ କରିଥିଲୁ କଣ ହେଲାକି,କି କହି ପୁନର୍ବାର ଦ୍ୟୁବ୍ୟବହାର କରିବା ସହ ଯଦି ବେଶୀହେବୁ ଏହି ଲୁଣଗଦାରେ ପୋତିଦେବୁ ତୋଘର ଲୋକେ ଶବ ପାଇପାରିବେ ବୋଲି ଧମକ ଦେଇଥିଲେ। ଯାହାକୁ ନେଇ ସଂପୂର୍ଣ୍ଣ ଭୟଭିତ ହେବା ସହ ଜୀବନ ପ୍ରତିବିପଦ ଥିବା ଆଶଙ୍କା କରି ଏ ସମ୍ପର୍କରେ ଉପର ଅଧିକାରୀଙ୍କୁ ଅବଗତ କରାଇଥିଲେ, ଚିତରଞ୍ଜନ।ଆଜି ସକାଳ ପ୍ରାୟ ସାଢ଼େ ସାତ ଘଣ୍ଟ ସମୟରେ ଡ୍ୟୁଟିରେ ଥିବା ସମୟରେ ସିକ୍ୟୁରୀଟି ସୁପ୍ରଭାଇଜର ସାନ୍ତୁନ କୌଣସି କାମରେ ଭିଜିଟର ରୁମକୁ ଚିତରଞ୍ଜନକୁ ଡାକି ଅଶ୍ଲୀଳଭାଷାରେ ଗାଳିଗୁରୁଜ କରିବାରୁ ସେ ଏହାର ପ୍ରତିବାଦ କରିଥିଲେ। ଏଥିରେ ସାନ୍ତୁନ ଉତିକ୍ଷିପ୍ତ ହୋଇ ଆକ୍ରମଣ କରିଥିଲେ। ସେଠାରୁ ଚିତରଞ୍ଜନ ଦୌଡ଼ି ଆସି ଶ୍ରମିକ ମାନଙ୍କୁ କହିବାରୁ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶ୍ରମୀକଙ୍କ ଅଶାନ୍ତିଦେଖି ନିଜ ପ୍ରକୋଷ୍ଟରୁ ବାହାରିନଥିଲେ ଆଶୁତୋଷ।ଏହାର ପ୍ରତିବାଦ କରି ଶ୍ରମିକ ମାନେ ଏକଜୁଟ ହେଉଥିବା ବେଳେ,ପରିସ୍ଥିତି ଅନ୍ୟଆଡକୁ ଗତିକରିବା ପୂର୍ବରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ ଆଇ.ଆର ଅଧିକାରୀ ପୁରୁଷୋତ୍ତମ ଶର୍ମା। ଶ୍ରମିକ ମାନଙ୍କ ସହ ଆଲୋଚନା କରିବା ସହ ସମସ୍ତ ଅଭିଯୋଗ ଶୁଣିବାପରେ ଏନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବାରୁ ପରିସ୍ଥିତି ଶାନ୍ତପଡିଥିଲା। ଅନ୍ୟପଟେ ଏନେଇ ଲିଖିତ ଭାବେ ଚିତରଞ୍ଜନ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ