ସିଂହଦ୍ୱାର ଆଗରେ ଲାଗିଲା ତିନି ରଥ

ପୁରୀ : ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଲାଗିଲା ତିନି ରଥ । ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟଘଣ୍ଟା ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଛି ରଥ ପଥ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି କାଳିଆ ଠାକୁର ରଥାରୁଢ଼ ହୋଇ ଫେରିଛନ୍ତି । ପ୍ରଥମ ଥର ବିନା ଭକ୍ତରେ ସଂପନ୍ନ ହୋଇଛି ବାହୁଡ଼ା ଯାତ୍ରା । କଟକଣା ପାଇଁ ଏଥର ବଡ଼ଦାଣ୍ଡରେ ହୋଇପାରିଲାନି ଭକ୍ତ ଓ ଭଗବାନଙ୍କ ମିଳନ । ହେଲ କମ୍‌ ନଥିଲା ଭକ୍ତି ଭାବ । ସେବାୟତମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଭିଡ଼ି ନେଇଥିଲେ ରଥ ଆଗକୁ ଆଗକୁ । କୋଭିଡ-୧୯ ଗାଇଡଲାଇନକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଶ୍ରୀଜୀଉମାନଙ୍କର ରଥ ଉପରେ ସୁନାବେଶ ହେବ। ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀଜିଉମାନଙ୍କର ବହୁ ପ୍ରତୀକ୍ଷିତ ରଥ ଉପରେ ସୁନାବେଶ ଅପରାହ୍‌ଣ ୪ଟାରୁ ଆରମ୍ଭ ହୋଇ ରାତି ୧୧ଟା ଯାଏଜାରି ରହିବ। ଶୁକ୍ରବାର ଅଧରପଣା ନୀତି ସମ୍ପନ୍ନ ହେବ ଏବଂ ଆସନ୍ତା ଆସନ୍ତା ୪ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ରତ୍ନବେଦିକୁ ବିଜେ କରିବେ। ସୂଚନାଯୋଗ୍ୟ, ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୂର୍ବାହ୍ନ ୮ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରୁ ଶରଧାବାଲିରେ ଦଣ୍ଡାୟମାନ ତିନି ରଥ ଉପରକୁ ଶ୍ରୀଜୀଉମାନଙ୍କୁ ପହଣ୍ଡି ବିଜେ କରାଯାଇଥିଲା। ତିନି ଠାକୁରଙ୍କର ପହଣ୍ଡି ଶେଷ ହେବା ପରେ ସେମାନଙ୍କୁ ରଥାରୁଢ କରାଯାଇଥିଲା। ଏହା ପରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ