ସୀମା ବିବାଦ ଲାଗିରହିଥିବା ମାଣିକପୁର ଗ୍ରାମ ଗସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା କମିଟି ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ସିଭିଲ ଲିବର୍ଟିସ କମିଟି ମିଳିତ ଆନୁକୁଲ୍ୟରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ମାଣିକପାଟଣା ଗ୍ରାମ ଗସ୍ତ କରିଥିଲେ। ସେଠାରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ପକ୍କା ଘର ଆଦି ପରିଦର୍ଶନ କରିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲୁ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଜଣାପଡ଼ିଥିଲା କିଛି ଲୋକ ମାଣିକପାଟଣା ଗ୍ରାମରେ ରହୁଥିଲେ ମଧ୍ୟ ସେମାନଙ୍କ ଭୋଟ ପରିଚୟ ପତ୍ରରେ ସାୱଆ କୋଟା, ଶ୍ରୀକାକୁଲମ ଜିଲ୍ଲା, ଆନ୍ଧ୍ର ପ୍ରଦେଶ ଉଲ୍ଲେଖ ରହିଛି ଏବଂ ସେମାନଙ୍କର କୈାଣସି ଘର ପଟ୍ଟା ବି ନାହିଁ। ଓଡ଼ିଶା ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ। ଗଙ୍ଗାବାଡ,କେରାଣ୍ଡି,କଂଇପୁର ଆଦି ସୀମାନ୍ତ ପଞ୍ଚାୟତ ରେ ଥିବା ଗ୍ରାମ ଗୁଡିକୁ ଓଡ଼ିଶା ସୀମା ଦେଇ ଯିବା ପାଇଁ ଭଲ ରାସ୍ତା ଖଣ୍ତେ ନାହିଁ। ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଯିବା ପାଇଁ ଆନ୍ଧ୍ର ରାସ୍ତା ଉପରେ ନିର୍ଭର କରିବାକୁ ପଡୁଛି।ସେ ଅଞ୍ଚଳରେ ଭଲ ଡାକ୍ତରଖାନା ମଧ୍ୟ ନାହିଁ। ସ୍ୱାସ୍ଥ୍ୟ ସେବା, ଉତ୍ପାଦିତ କୃଷି ଜାତ ଦ୍ରବ୍ଯ ବିକ୍ରି ଓ ବିଭିନ୍ନ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ମଧ୍ୟ ଲୋକମାନେ ଆନ୍ଧ୍ର ବଜାର ଉପରେ ନିର୍ଭରଶୀଳ। ତାଛଡା ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ବାରା ଓଡ଼ିଶା ଭୋଟରଙ୍କୁ ଆକର୍ଷିତ କରି ନିଜ ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଏକ ହୀନ ଚକ୍ରାନ୍ତ ଆନ୍ଧ୍ର ସରକାର କରୁଛି । ଗଜପତି ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା କମିଟି ଯଥା ଶୀଘ୍ର ସୀମା ନିର୍ଦ୍ଧାରଣ କରାଯାଇ ସୀମା ବିବାଦର ସ୍ଥାୟୀ ସମାଧାନ କରିବା, ପକ୍କା ରାସ୍ତା, ଗମନାଗମନ ବ୍ୟବସ୍ଥା, ଡାକ୍ତରଖାନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ କରିବା ସହିତ ସୀମାନ୍ତ ଗ୍ରାମଗୁଡିକରେ ବସ ବାସ କରୁଥିବା ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛି । ଏହି ତଥ୍ୟ ଅନୁସନ୍ଧାନକରୀ ଦଳରେ ଗଜପତି ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା କମିଟି ପକ୍ଷରୁ କାର୍ଯ୍ୟକାରୀଣି ସଭାପତି ତନୁଜା ଶତପଥୀ, ଜିଲ୍ଲା ସମ୍ପାଦକ ରୋକମ୍ ଲୋକନାଥ, ଶିଶିର କୁମାର ଭଞ୍ଜ ସାମନ୍ତ, ନୃସିଂହ ମାଳବିଶୋୟୀ, ଚକ୍ରଧର ନାୟକ, ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବାବେଳେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ସିଭିଲ ଲିବର୍ଟିସ୍ କମିଟି ପକ୍ଷରୁ ସଭାପତି ପତ୍ରି ଧାନେସୁ,ସୋମନାଥମ, ବୈକୁଣ୍ଠ ରାଓ,ଧାନେୟା ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ