ସାନଖେମୁଣ୍ଡି ବ୍ଲକ ର ବିକାଶମଡେଲ ପରଖିଲେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପଦାଧିକାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ର ବିକାଶ ଓ ମଡେଲ ଗ୍ରାମାଞ୍ଚଳ ରେ ଜନସାଧାରଣ ଙ୍କ ପାଖରେ ସରକାରଙ୍କ ମୌଳିକ ସୁବିଧା କିଭଳି ପହଞ୍ଚୁଛି ଏବଂ ମନେରେଗା ଯୋଜନା ରେ କିଭଳି ସନଖେମୁଣ୍ଡି ବ୍ଲକ ରେ କିଭଳି କାର୍ଯ୍ୟକାରୀ ହଉଚି ପରଖିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲାର ପ୍ରକଳ୍ପ ନିର୍ଦେଶକ ସୋମେଶ କୁମାର ଉପାଧ୍ୟାୟ ଙ୍କ ସମେତ ଜିଲ୍ଲା ର ୧୩ ଗୋଟି ବ୍ଲକ ର ବିଡ଼ିଓ ଏବଂ ସହକାରୀ ଯନ୍ତ୍ରୀ ସାନଖେମୁଣ୍ଡି ବ୍ଲକ ଗ୍ରସ୍ତକରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ।ଏହାକୁ ଅନୁକରଣ କରି ନିଜ ଜିଲ୍ଲା ରେ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କରାଯାଇଥିବା ଜଣାପଡିଛି।ପ୍ରଥମେ ହାଟପଦା ପୋଖରୀ ର ସୌନ୍ଦର୍ଯ୍ୟ କରଣ,ପାଟପୁର ଗାନ୍ଧିଛକ ମଡେଲ ଟେଙ୍କ,ଏହା ପରେ ଜୀଉରା ରେ କରାଯାଇଥିବା ରୁରାଲ ପାର୍କ ସୌନ୍ଦର୍ଯ୍ୟକରଣ,ପୋଖରି ର ଅଲୋକୀକରଣ ଦେଖି ଆଖି ଲାଖିଯାଇଥିଲା।ଏହା କେତେଦିନ ର କାର୍ଯ୍ୟ ଓ କେଉଁଭଳି ଭାବେ କାର୍ଯ୍ୟକାରୀ କରାଯାଇଛି ସନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଙ୍କୁ ପିଡ଼ି ସୋମେଶ କୁମାର ଉପାଧ୍ୟାୟ ପଚାରି ବୁଝିଥିଲେ।ଏହାପରେ ଆଡ଼ପଡା ପଞ୍ଚାୟତ ରେ ରୁରାଲ ପାର୍କ ଦେଖି ଆହୁରି ଆଚମ୍ବିତ କରିଥିଲା ପଦାଧିକାରୀ ଙ୍କୁ ।ଏହି ପାର୍କ ମନେରେଗା ଯୋଜନା ରେ କିଭଳି କରାଯାଇଛି ଏହାର ରକ୍ଷଣ ବେକ୍ଷଣ କିଭଳି କରାଯାଉଛି ପଚାରି ବୁଝିଥିଲେ।ପାର୍କ ମଧ୍ୟ ରେ ସ୍ଵର୍ଣ ଚମ୍ପା,ଏବଂ ଚନ୍ଦନ ବୃକ୍ଷ ରୋପଣ କରୁଥିଲେ ପ୍ରକଳ୍ପ ନିର୍ଦେଶକ।ଏହା ପରେ ଖାଲିଙ୍ଗୀ ପଞ୍ଚୟତ ରେ ବିଜୁପଟ୍ଟନାୟକ ଙ୍କ କଲ୍ୟାଣ ମଣ୍ଡପ ର ସୌନ୍ଦର୍ଯ୍ୟକରଣ ପୋଖରୀର ମଡେଲ ଦେଖି ଖୁସି ମତବ୍ୟସ୍ତ କରିଥିଲେ।ଏହାପରେ ସାନଖେମୁଣ୍ଡି ବ୍ଲକ କୁ ଯାଇ ବ୍ଲକ ପରିସର ମଧ୍ୟ ରେ ପାର୍କ ପରିବେଶ,ବୃକ୍ଷରୋପଣ ବିଭିନ୍ନ ବିଭାଗ ର କାର୍ଯ୍ୟାଳୟ,ବିଭିନ୍ନ ପଂଚାୟତ ରେ କରାଯାଇଥିବା କାର୍ଯ୍ୟ ର ପୁଙ୍ଖାନୁପୁଙ୍ଖ ଭବେ ସମୀକ୍ଷା କରିଥିଲେ। ଆଜି ର ଗ୍ରସ୍ତ କୁ ନେଇ ପ୍ରକଳ୍ପ ନିର୍ଦେଶକ ଙ୍କୁ ପଚାରିବାରୁ କହିଲେ ଲୋକାଭିମୁଖୀ ଯୋଜନା ଏବଂ ବିକାଶ ଗ୍ରାମାଞ୍ଚଳ ରେ କିଭଳି ଭାବେ କାର୍ଯ୍ୟକାରୀ ହେଉଛି ତାହା ନିଜ ନିଜ ଜିଲ୍ଲା ରେ ଉନ୍ନତିକରଣ କରିବା ପାଇଁ ଆଜିର ଏହି ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିବା ନେଇ ମତପ୍ରକାଶ କରିଥିଲେ।ପଦାଧିକାରୀ ଙ୍କ ଗ୍ରସ୍ତ ସମୟ ରେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ,ସହକାରୀ ଯନ୍ତ୍ରୀ କୁଞ୍ଜ ବିହାରୀ ଖଡେଙ୍ଗା, ଇଂ ଦୀପକକୁମାର ପଟ୍ଟନାୟକ, ଜିପିଟି ବିଦୂତପ୍ରଭା ରଥ,ସୁଧୀର କୁମାର ଖଟେଇ,ଏପିଓ ଅରୁଣ କୁମାର ସ୍ୱାଇଁ, ଏକାଉଣ୍ଟ ଅଫିସର ସୁଜିତ ସୁମନ,ପିଓ ରାମଚନ୍ଦ୍ର ପୃଷ୍ଟି ଙ୍କ ସମେତ ଜୀଉରା ପଂଚାୟତ ସରପଞ୍ଚ ଲିସାରାଣୀ ପାତ୍ର, ପୂର୍ବତନ ବ୍ଲକ ଅଧକ୍ଷ ଲକ୍ଷ୍ମୀ ଚରଣ ପାତ୍ର, ପାଟପୁର ସରପଞ୍ଚ ଟି ବାବୁ ସୁବୁଦ୍ଧି,ଆଡ଼ପଡା ସରପଞ୍ଚ ନୀଳମାଧଵ ରାଉତ,ଇସାଣେଶ୍ୱର ପାଠାଗାର ସଭାପତି ବନମାଳୀ ପ୍ରଧାନ,ସରପଞ୍ଚ ପ୍ରତିନିଧି ସଞ୍ଜୟ ରାଉତ ଏବଂ ବିଭିନ୍ନ ପଞ୍ଚୟତ ର ପଦାଧିକାରୀ ଉପସ୍ଥିତ ରହିଥିଲେ।


