ସୁନାରେ ବୃଦ୍ଧି
ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ବଡ଼ ଧରଣର ବୃଦ୍ଧି ଯୋଗୁଁ ଏହାର ଦାମ ମହଙ୍ଗା ହୋଇଛି । ଯଦ୍ୱାରା ସୋମବାର ଦିଲ୍ଲୀ ସର୍ଫା ବଜାରରେ ସୁନା ୧୦ଗ୍ରାମ ପ୍ରତି ୮୦ଟଙ୍କା ମହଙ୍ଗା ହୋଇ ୩୩,୨୫୦ ଟଙ୍କାରେ ବିକ୍ରି ହୋଇଛି । ଏହି ସୂଚନା ଅଲ୍ ଇଣ୍ଡିଆ ସର୍ଫା ଆସୋସିଏସନ୍ ପକ୍ଷରୁ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଉଦ୍ୟୋଗିକ ୟୁନିଟ୍ ତଥା ମୁଦ୍ରା ନିର୍ମାଣକାରୀଙ୍କ ଚାହିଦା ବଢ଼ିବା ଯୋଗୁଁ ରୁପା ତୃତୀୟ ଦିନ ବୃଦ୍ଧି ପାଇ ଏକ ସପ୍ତାହରୁ ଊଦ୍ଧ୍ୱର୍ର ଉଚ୍ଚତମ ସ୍ତରରେ ପହଞ୍ଚି କିଲୋପ୍ରତି ୩୯,୫୩୦ ଟଙ୍କାରେ ବିକ୍ରି ହୋଇଛି । ବିଶ୍ୱର ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଡଲାରରେ ଚାପ ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାର ପ୍ରଭାବ ସ୍ଥାନୀୟ ବଜାରରେ ଦେଖିବାକୁ ମିଳିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଲଣ୍ଡନର ସୁନା ଆଉନ୍ସ ପ୍ରତି ୨.୧୫ ଡଲାର ହ୍ରାସ୍ରେ ୧,୨୯୫.୯୦ ଡଲାରରେ ରହିଛି । ଏପ୍ରିଲ୍ରେ ଆମେରିକା ସୁନା ହ୍ରାସ୍ ପାଇ ଆଉନ୍ସ ପ୍ରତି ୧,୨୯୬.୩୦ଡଲାରରେ ରହିଛି । ଏହି ସମୟରେ ରୁପା ଆଉନ୍ସ ପ୍ରତି ୦.୦୧% ଡଲାର ବୃଦ୍ଧିରେ ୧୫.୩୦୦ଡଲାରରେ ପହଞ୍ଚିଛି ।