ସୁନିତା ପୋଲାଇ ସ୍ମାରକୀ ରକ୍ତଦାନ ଶିବିର

ଗାଙ୍ଗପୁର, (ସନ୍ତୋଷ ବିଶୋଇ) : ଏଭର୍ ଗ୍ରୀନ୍ ଫ୍ରେଣ୍ଡସ୍, ଗ୍ରୁପ୍ କେ. ନୂଆଁଗଡ଼ର ପ୍ରତିଷ୍ଠାତା ତଥା ସମ୍ପାଦକ ଚିନ୍ମୟ ପୋଲାଇଙ୍କ ମାଆ ସ୍ୱର୍ଗତ ସୁନିତା ପୋଲାଇଙ୍କ ସପ୍ତଦଶ ଅପ୍ରକଟ ଲୀଳା ସମ୍ବରଣ ତିଥି ଅବସରରେ ରବିବାର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଉକ୍ତ ଶିବିର କୁ ଆନୁଷ୍ଠାନିକ ଭାବରେ ଗ୍ରୁପ୍ ର ଉପଦେଷ୍ଟା ରାମ ନାରାୟଣ ପଣ୍ଡା ଉଦଘାଟନ କରିଥିଲେ । ପ୍ରଥମ ରକ୍ତଦାତା ଭାବରେ ସ୍ୱର୍ଗତ ମାଆ ସୁନିତା /ଙ୍କ ସାନ ଭାଇ ଓ ଦିଅର ରକ୍ତଦାନ କରିଥିଲେ।ଉକ୍ତ ଶିବିରରେ ୮ଜଣ ମହିଳା ଙ୍କ ସମେତ ମୋଟ ୬୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଭଞ୍ଜନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ସିତାଂସୁ ଶେଖର ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିବା ବେଳେ ସ୍ଥାନୀୟ ଜିଲ୍ଲା ପରିଷଦ ସୁଧୀର କୁମାର ଜେନା,ସରପଞ୍ଚ ଜୟରାମ ନାୟକ, ସମିତି ସଭ୍ୟ କେ.ରବୀନ୍ଦ୍ର କୁମାର ପାତ୍ର,ଶିକ୍ଷାବିତ୍ ତଥା ଉପଦେଷ୍ଟା ସନିତ୍ କୁମାର ଜେନା, ରେଷ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ୱସ୍ତି ସୁନ୍ଦର ଶୀୟ, ଅଞ୍ଚଳର ଶିକ୍ଷାବିତ୍ ଶିବରାମ ରାଉତ,ପ୍ରଦୀପ ସ୍ୱାଇଁ, ଗୋପାଳ କୃଷ୍ଣ ନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ସମେତ ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନ ଯଥା ବିପଦର ବନ୍ଧୁ ଭଞ୍ଜନଗର, ରାମେଶ୍ବର ସେନା ବଡ଼ ବୋରସିଂ,ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ଜଗନ୍ନାଥ ପ୍ରସାଦ,ସାହାଯ୍ୟ ପ୍ରାପ୍ତ ପାଠାଗାର ରାଲବ ଆଦି ଯୋଗ ଦେଇଥିଲେ। ଅନୁଷ୍ଠାନ ତରଫରୁ ପ୍ରତିଟି ମହିଳା ରକ୍ତଦାତା ଓ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ଅଞ୍ଚଳର ଉତ୍ସାହୀ ବ୍ୟକ୍ତି ବିଶେଷ ଯଥା ସନ୍ତୋଷ ରାଉତ, ଶିବରାମ ମହାରଣା, ଗୁଣାମ୍ୱରି,ଚାନ୍ଦିନୀ,ପୂଜା,ସାଗରିକା ଆଦି ସହଯୋଗ କରିଥିଲେ । ଉକ୍ତ ଶିବିରକୁ ଅନୁଷ୍ଠାନର ସଭାପତି ହିମାଂଶୁ ଶେଖର ପ୍ରଧାନଙ୍କ ପରିଚାଳନାରେ ଗ୍ରୁପ୍ ର ସମସ୍ତ ସଦସ୍ୟ ବୃନ୍ଦ ଏବଂ ସ୍ୱର୍ଗତ ସୁନିତାଙ୍କ ପରିବାରବର୍ଗ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ସୂଚନା ଥାଉକି ସ୍ୱର୍ଗତ ସୁନିତାଙ୍କ ସପ୍ତଦଶ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୂର୍ବରୁ ଭଞ୍ଜନଗରରେ କିଛି ବୟୋଜ୍ୟେଷ୍ଠ ବୃଦ୍ଧ ବାପା,ମାଆ ମାନଙ୍କୁ ଖାଦ୍ୟ ବସ୍ତ୍ର ମଧ୍ୟ ବଣ୍ଟନ କରାଯାଇଥିଲା । ଯୁବ ପୀଢ଼ିଙ୍କ ଏହିଭଳି ଜନ ମଙ୍ଗଳ କାର୍ଯ୍ୟକ୍ରମକୁ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ,ସାମାଜିକ ଅନୁଷ୍ଠାନ ଓ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ