ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କୋଭିଡ ଟୀକାକରଣ ଆରମ୍ଭ

କୋଦଳା,(ଗୁଲସନ୍ କୁମାର କର): ପ୍ରଧାନମନ୍ତ୍ରୀ ଙ୍କ ଅଭିଭାଷଣ ଓ ଉଦଘାଟନ କାର୍ଯ୍ୟକ୍ରମ ପରେ ପରେ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି ।ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ.ରାଜେନ୍ଦ୍ର କୁମାର ପ୍ରଧାନ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର ସାହୁ,ଖଲ୍ଲିକୋଟ ତହସିଲଦାର ରାଜ କିଶୋର ପଟ୍ଟନାୟକ,ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ,ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ ଦୋରା,ସୁମଣ୍ଡଳ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ସାହୁ,ସନ୍ତୋଷ ସାହୁ,ଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରଥମ ଟୀକା ସଞ୍ଜୁଲତା ବାରିକ ଙ୍କୁ ଦିଆ ଯାଇଥିବା ବେଳେ ପରେ ଶହେ ଜଣଙ୍କୁ ଟୀକା ଦିଆଯାଇଥିବା ସୂଚନା ମିଳିଛି | ଉକ୍ତ ଟୀକା କରଣ କାର୍ଯ୍ୟକ୍ରମ ରେ ସୁମଣ୍ଡଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ