‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଶିଙ୍ଗପାନିଆ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” -୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଙ୍ଗପାନିଆ କ୍ଲଷ୍ଟର ସଂଯୋଜିକା ଶ୍ରୀମତୀ ସୁଚରିତା ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାହାଟ କଲେଜ ର ଇଂରାଜୀ ଅଧ୍ୟାପକ ରତିକାନ୍ତ ଦାଶ, ମୁଖ୍ୟ ବକ୍ତା ଭାବେ ଜଙ୍ଗଲବୋରି ପଞ୍ଚାୟତ ର ସରପଞ୍ଚ ପ୍ରଭାତୀ ସାହୁ , ଶିଙ୍ଗିପାନିଆ ନୋଡାଲ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିକର୍ତ୍ତନ ଦୀକ୍ଷିତ, ଗୋପ ବ୍ଳକ ଶିକ୍ଷକ ସମନ୍ୱୟ ସମିତି ସମ୍ପାଦକ ସରୋଜ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ ଶରତ କୁମାର ମିଶ୍ର ସଭାରେ ସଭାପତିତ୍ୱ କରିଥିବା ବେଳେ ନିରଞ୍ଜନ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ ।ବଣ ମଲ୍ଲି ବଣରେ ଫୁଟି ମଉଳି ଯାଏ। କିନ୍ତୁ ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ଓ ପରିପ୍ରକାଶ କରିବାରେ ସହାୟକ ହୁଏ ଓ ସେହି ବଣ ମଲ୍ଲିର ବାସ୍ନାକୁ ଲୋକ ଲୋଚନକୁ ଆଣିପାରେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କ୍ଲଷ୍ଟର ଅଧୀନରେ ଥିବା ୧୧ଟି ସ୍କୁଲରୁ ୨୩୦ରୁ ଅଧିକ ଛାତ୍ରଛାତ୍ରୀ ମାନେ କଳା ଓ ସାହିତ୍ୟ ରେ ବିଭିନ୍ନ ବିଭାଗରେ ଭାଗ ନେଇ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ଦେବରାଜ ମହାରଣା, କୃତିବାସ ଦାସ , କବିତା ମହାନ୍ତି, ଡେଜିନା ସାହୁ, ନିରଞ୍ଜନ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।ସଭା କାର୍ଯ୍ୟ ଶେଷରେ ବସନ୍ତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।କୁନି କୁନି ଛାତ୍ର ଛାତ୍ରୀ ଙ୍କ ଗୀତ ନୃତ୍ୟ ରେ ମଞ୍ଚ କମ୍ପି ଉଠିଥିଲା ।