ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଚେତନତା ରାଲି

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଗଞ୍ଜାମ ଜିଲ୍ଲାରେ ସେପ୍ଟେମ୍ବର ୨୫ ତାରିଖ ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମର ମଙ୍ଗଳବାର ହେଉଛି ପଞ୍ଚମ ଦିବସ। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମଙ୍ଗଳବାର ଦିନ ପଞ୍ଚମ ଦିବସରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବ୍ୟକ୍ତି ମାନଙ୍କ ଦ୍ୱାରା କୋଭିଡ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ନେତୃତ୍ୱରେ ସୁସ୍ଥ ହୋଇ ଆସିଥିବା ବ୍ୟକ୍ତି ବୃନ୍ଦ ଓ ଏନଏସି କର୍ମଚାରୀ ବୃନ୍ଦ ବୁଗୁଡା ସହରର ବିଭିନ୍ନ ୱାର୍ଡ ପରିକ୍ରମା କରି କୋଭିଡ ସଂକ୍ରମଣ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ସାବୁନରେ ବାରମ୍ବାର ହାତସଫା କରିବା, ସଠିକ ଭାବେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା , ପଞ୍ଚସୂତ୍ର ନିୟମ ମାନିବା ପ୍ରଭୃତି ସ୍ଲୋଗାନ ଦେଇ ଓ ପ୍ଲାକ କାର୍ଡ଼ ଧରି ସୁସ୍ଥ ହୋଇ ଫେଇଥିବା ବ୍ୟକ୍ତିମାନେ ରାଲି କରି ଜନସଚେତନତା ସୃଷ୍ଟି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ