ବିଜେପି ପକ୍ଷରୁ ବାଲେଶ୍ବର ପୌରପାଳିକା ଘେରାଓ
ବାଲେଶ୍ଵର,(ଓ୍ବାଇଏନ୍ଏସ୍): ବାଲେଶ୍ବର ମ୍ୟୁନିସିପାଲଟିରେ ବ୍ୟାପକ ଦୁର୍ନୀତି ଓ ଚଞ୍ଚଳତାକୁ ବିରୋଧ କରି ଶାସକ ଦଳର ହାତ ବାରିସି ସାଜିଥିବା ବାଲେଶ୍ଵର ପୌରପାଳିକାକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ଆବାହକତ୍ଵରେ ଘେରାଓ କରାଯାଇଥିଲା । ପାତରଅନ୍ତର ଓ ଦଳୀୟ ଭିଭିରେ ବିଭିନ୍ନ ଭତ୍ତାର ବଣ୍ଟନ ଓ ଉପଯୁକ୍ତ ଭତ୍ତାଧାରୀ ମାନଙ୍କୁ ଅହେତୂକ ବିଳମ୍ବରେ ଅନୂଦାନ ପ୍ରଦାନ କରିବା, ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ସ୍ବ-ନିଧ୍ ଯୋଜନାରେ ଉପଯୁକ୍ତ ଉଠା ଦୋକାନୀମାନଙ୍କୁ ବାଦ ଦିଆଯିବା, ହରିଶ୍ଚନ୍ଦ୍ର ଯୋଜନାକୁ ପୌରପାଳିକାରେ ଲାଗୁନ କରାଇବା, ସହର ମଧ୍ଯରେ ସମସ୍ତ ରାସ୍ତା ଓ ଡ୍ରେନର ମରାମତି କରାଇବା, ରାସନ କାର୍ଡ ବଣ୍ଟନର ଅନିୟମିତତା, ସ୍ବଚ୍ଛ ବାଲେଶ୍ଵର ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟ ସଠିକ କାର୍ଯ୍ୟ ନହୋଇ କୋଟି କୋଟି ଟଙ୍କା ହଡପ କରିବା, ବାସହୀନ ଓ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ନାମରେ ନିର୍ବାଚନୀ ଭେଳିକି ନଦେଖାଇ ତୁରନ୍ତ ଜମି ପଟ୍ଟା ପ୍ରଦାନ ନକରିବା ଦାବୀରେ ଭାରତୀୟ ଜନତା ପାର୍ଟି ନଗରର ଶତାଧିକ କାର୍ଯ୍ୟକର୍ତା, ବୁଦ୍ଧିଜୀବୀ, ବ୍ୟବସାୟୀ ଓ ହିତାଧି କାରୀମାନଙ୍କ ଉପସ୍ମିତିରେ ସମ୍ପୂର୍ଣ୍ଣ କୋଭିଡ ନିୟମକୁ ଅନୁପାଳନ କରି ବିକ୍ଷୋଭ ଓ ପ୍ରତିବାଦ ସଭା ଅନୂଷ୍ଠିତ ହୋଇଥୁଲା । ଭକ୍ତ ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ମହାପାତ୍ର ପୌରପାଳିକାର ଦୀର୍ଘ ସମୟ ଧରି ଅପାରଗତା ଏତିହ୍ୟ ସମ୍ପର୍ଣ୍ଣ ବାଲେଶ୍ଵର ସହରକୁ ବହୁ ପଛକୁ ଠେଲି ଦେଇଛି ବୋଲି କହିବା ସହ ସ୍ବର୍ଗତ ବିଧାୟକ ମଦନ ମୋହନ ଦତ୍ତ ଓ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀଯୁକ୍ତ ପ୍ରତାପ ଷଡଙ୍ଗୀଙ୍କ ଦ୍ଵାରା ଅନୁମୋଦିତ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିଛି ବୋଲି ଅଭିଯୋଗ କରିଥୁଲେ । ଏହି ସଭାରେ ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀ ମାନସ କୂମାର ଦତ୍ତ ଉପନିର୍ବାଚନ ପୂର୍ବରୁ ଗରିବ ଜନ ସାଧାରଣ ଓ ବାସହୀନମାନଙ୍କୁ ଜାଗା ମିଶନ ଓ ଆଦର୍ଶ କଲୋନୀ ନାମରେ ନିର୍ବାଚନୀ ଲଲିପପ ଶାସକ ଦଳ ନଦେଖାଇ ଯଦି ସତ ସାହାସ ଅଛି ଆଗାମୀ ୨୪ ଘଣ୍ଟା ମଧ୍ଯରେ ରାଜ୍ୟ ସରକାର ସମସ୍ତ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରନ୍ତୁ ବୋଲି ଦାବୀ କରିଥଲେ । ରାଜ୍ୟ ସରକାର ୨୪ ଘଣ୍ଟା ମଧ୍ଯରେ ଜମି ପଟ୍ଟା ଦେଲେ ଭାରତୀୟ ଜନତା ପାର୍ଟି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀଙ୍କ ଜରିଆରେ ଘର ନିର୍ମାଣ କାର୍ଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ଆହ୍ବାନ ଜଣେଇଥିଲେ । ସେହିଭଳି ଶ୍ରୀ ଦତ୍ତ ବିଗତ ୨୦ ବର୍ଷ ଧରି ବାଲେଶ୍ଵର ପୌରପାଳିକା ଦଲାଲ ଓ ହୀନ ଚକ୍ରାନ୍ତକାରୀଙ୍କ କବଳରେ ଥୁବାରୁ ସହରର ସାଧାରଣ ଜନତା ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିବା ସହ ବାଲେଶ୍ଵର ସହର ଭଗବାନ ଭରସାରେ ଅଛି ବୋଲି କହିଥୁଲେ । ଆଗାମୀ ଦିନରେ ସହରର ସଚେତନ ନାଗରିକ ଏହାର ଉଚିତ ଜବାବ ଦେବେ ବୋଲି ନିଜ ବକ୍ତବ୍ୟରେ ମତ ରଖୁଥୁଲେ । ସେହିପରି ବିଜେପି ନଗରର ପୂର୍ବତନ ସଭାପତି ଶ୍ରୀ ସୀତାକାନ୍ତ ସ୍ବାଇଁ ଓ ବରିଷ୍ଠ ନେତା ସୁଜିତ ଦେବ ପୌରପାଳିକାର ଅଫିସରମାନଙ୍କୁ ଦଳୀୟ ଭିଭି ଓ ସରକାରୀ ଦଳର ପ୍ରୀତିରେ କାର୍ଯ୍ୟକୁ ପରିତ୍ୟାଗ କରି ଜନସାଧାରଣଙ୍କର ସେବା ନିମିତ୍ତ ନିବେଦନ କରିଥଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଶୁଭଙ୍କର ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଭତ, ମିହିର ପାଣି, ପ୍ରଦୀପ ପତି, ଅଜିତ ମିଶ୍ର, ରାଧାକୃଷ ଦାସ, ଭପେନ୍ଦ୍ର ଶତପଥୀ, ଦିପୁ ପିରି, ସତ୍ୟଜିତ ମିଶ୍ର, ପ୍ରବୀର
ଶଙ୍କର ଦାସ, ସଂଯୁକ୍ତା ମହାପାତ୍ର, ବୈଲୋଚନ ଦାଶ, ଲୋକନାଥ ଭୂୟାଁ, ଯୋଗେନ ରଣା, ଶଶିଶେଖର ମହାନ୍ତି, ବିକାଶ ପାଢୀ, ଧୀରଜ ମହାନ୍ତି, ବିଭୁପଦ ଦାସ,
ମଣ୍ଟୁ ପେରିୱାଲ, ମନ୍ଲୟ ଦାସ, ମନୁଥ ପାତ୍ର, ଭାଗ୍ୟରଞ୍ଜନ ନାୟକ, ଜାନକୀ ମାହାର୍ଣ୍ରା, ଲିଟୁ ରଥ, ପବନ ସିଂହ, ମହୁଆ ପ୍ରଧାନ, ରଣଜିତ ପ୍ରଧାନ, ମାଧବାନନ୍ଦ
ସାହୁ, ବିବେକାନନ୍ଦ ରାଉତ, ସୁସ୍ଥିତା ପଣ୍ଡା, ସସ୍ମିତା ଚାନ୍ଦ, ସସ୍ମିତା ଦାଶ, ଶ୍ରୀୟା ଦାସ , ଅରୁପ ଜେନା, ପବନ କମିଳା, ଶୀନିବାସ ପ୍ରଧାନ, ଶୋଭନା ମହାନ୍ତି,
ସସେଖ ହଲିମ, ତରୁଣ ବର୍ଷନ , ବସନ୍ତ ନାୟକ, ଅଶୋକ ଦାସ, ସବିତା ପାଣିଗ୍ରାହୀ, ମଧୁସୁଦନ ମାଝୀ, ଅନିମଶେ ଦେ, ପ୍ରଫୁଲ୍ଲ ଚାନ୍ଦ, ପ୍ରଶାନ୍ତ ପରିତା, ମୁନା ରାୟ
ମହାପାତ୍ର, ସଞ୍ଜୀବ ପ୍ରଧାନ, ସ୍ବରଝଙ୍କାର ସେଠୀ, ସେଖ ସାବିତ, ବିଜୟ ପୃଷ୍ି, ପ୍ରକାଶ ବେହେରା, ଅଭିଷେକ ପଣ୍ଡା, ଯଳେନ୍ଦ୍ର ସେଠୀ, ଜୀବନ ପାତ୍ର, ଅପର୍ଣା
ସାହୁ, ଦେବବ୍ରତ ମିଶ୍ର, ଆଶାଲତା ବାଡି, ରାକେଶ ପାଢୀ, ପ୍ରତାପ ପ୍ରଧାନ, ଶୋଭାକର ସାହୁ, ସ୍ବାଧୀନ ପଣ୍ଡା, ଦିଲ୍ଲୀପ ଦାସ, ବବଲୁ ମିଶ୍ର, ଜିତେନ୍ଦ୍ର ଷଡଙ୍ଗୀ
ପ୍ରମୁଖ ଉପସ୍ମିତ ଥିଲେ ।


