ସେଣ୍ଟ ଜାଭିୟର୍ସ ସ୍କୁଲରେ ବିଜ୍ଞାନ-କଳା ପ୍ରଦର୍ଶନୀ

ବାଲେଶ୍ୱର, (ସରୋଜ ପଣ୍ଡା):ଚାନ୍ଦିପୁର ରୋଡ଼ ସ୍ଥିତ ସେଣ୍ଟ ଜାଭିୟର୍ସ ସିନିୟର ସେକେଣ୍ଡାରୀ ସ୍କୁଲରେ ବିଜ୍ଞାନ, ସାମାଜିକ ବିଜ୍ଞାନ, କଳା ଓ ହସ୍ତଶିଳ୍ପ ପ୍ରଦର୍ଶିନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଚାନ୍ଦିପୁର ଡିଆରଡିଓ ଏବଂ ପିଏକ୍ସଇର ବୈଜ୍ଞାନିକ ଏସକେ ପତି, ଏସକେ ଜେନା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା କୁନି ବୈଜ୍ଞାନିକଙ୍କୁ ଉତ୍ସାହିତ କରିବା ସହିତ ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପାଦେୟତା ସମ୍ପର୍କରେ ଅତିଥିମାନେ ବର୍ଣ୍ଣନା କରିଥିଲେ । ଏଥି ସହିତ ମହାକାଶ ବିଜ୍ଞାନ କ୍ଷେତ୍ରରେ ମିଜାଇଲ ମ୍ୟାନ ତଥା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଅବଦାନ ସମ୍ପର୍କରେ ସେମାନେ ବିସ୍ତୃତ ଆଲୋଚନା କରିଥିଲେ । ସେହି ମହାମାନବଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ସେମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ସମ୍ପାଦକ ପ୍ରଦୀପ ଦୟାନିଧି ଜେନା ଏବଂ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଏଥିରେ ମଞ୍ଚାସୀନ ହୋଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୃଙ୍ଖଳିତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ୩୦ଟି ବିଜ୍ଞାନ ପ୍ରକଳ୍ପ ଏବଂ ୧୦୦ରୁ ଊର୍ଦ୍ଧ୍ୱ କଳା ଓ ହସ୍ତଶିଳ୍ପ କାରୁକାର୍ଯ୍ୟ ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନ ଶିକ୍ଷକ ସାଇରଞ୍ଜନ ମହାନ୍ତି, କମଳଲୋଚନ ମଲିକ, ଶିକ୍ଷୟିତ୍ରୀ ରୁବିନା ବେହେରା ପ୍ରମୁଖ ପ୍ରକଳ୍ପ ମୂଲ୍ୟାଙ୍କନରେ ସହଯୋଗ କରିଥିଲେ । ଏହି ପ୍ରଦର୍ଶନୀରେ ‘ବର୍ଜ୍ୟବସ୍ତୁରୁ ବିଦ୍ୟୁତ ଉତ୍ପାଦନ’ ଶୀର୍ଷକ ପ୍ରକଳ୍ପ ଶ୍ରେଷ୍ଠ ବୋଲି ପ୍ରତିରକ୍ଷା ବୈଜ୍ଞାନିକମାନେ ଦର୍ଶାଇଥିଲେ । କୃଷ୍ଣକାନ୍ତ ରଣା, ରାମଚନ୍ଦ୍ର୍ର ଜେନା, ଇଭା ଦେ, ଶୁଭା ପାହାରି, ବରଦା ପସନ୍ନ ତ୍ରିପାଠୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ଏହି ପ୍ରଦର୍ଶନୀ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବହୁ ଅଭିଭାବକ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ