ସେବାରେ ଭାରତୀୟ ନୌସେନା

ବିପିନ ବିହାରୀ ମହାନ୍ତି
ଭାରତ ଏକ ବିଶାଳ ଦେଶ । ଏହାର ପଶ୍ଚିମ, ଦକ୍ଷିଣ ଓ ପୂର୍ବପଟେ ଯଥାକ୍ରମେ ଆରବସାଗର, ଭାରତ ମହାସାଗର ଓ ବଙ୍ଗୋପସାଗର ବେଷ୍ଟିତ । ପଶ୍ଚିମ-ଉତ୍ତରକୁ ପାକିସ୍ତାନ, ବେଳୁଚିସ୍ଥାନ ଏବଂ ଆଫଗାନିସ୍ଥାନ ଇତ୍ୟାଦି ଦେଶ, ଉତ୍ତର ପଟେ ସୁଦୀର୍ଘ ଏବଂ ଆକାଶଶ୍ଚୁମ୍ଭୀ ହିମାଳୟ ପର୍ବତଶ୍ରେଣୀ ଏବଂ ଉତ୍ତର-ପୂର୍ବକୁ ଲମ୍ବିଛନ୍ତି ଯଥାକ୍ରମେ, ନେପାଳ, ଭୁଟାନ୍‌, ତିବ୍ଦତ, ଚୀନ୍ ଓ ମିଆଁମାର । ଏହାର ପୂର୍ବପଟେ ବଙ୍ଗୋପସାଗର କୂଳରେ ଏବଂ ଭାରତ ସହବନ୍ଧିତ ହୋଇଅଛି ବଙ୍ଗଳାଦେଶ ଏବଂ ବଙ୍ଗୋପସାଗର-ଭାରତ ମହାସାଗର ଦ୍ୱିସନ୍ଧିରେ ଅଛି ଶ୍ରୀଲଙ୍କା । ମୁଣ୍ଡ ଉପରେ ପରିବ୍ୟାପ୍ତ ଆକାଶ । ଏତେବଡ଼ ବିଶାଳ ଭୂଖଣ୍ଡକୁ ଯାହା ଉପର ବର୍ଣ୍ଣିତରୁ ଜାଣିଲେ ଶତ୍ରୁ ପକ୍ଷର ଧମକ ସବୁଦିଗରୁ ସଦାବେଳେ ଅଛି । ବିଶେଷକରି ଏହା ସ୍ୱାଧୀନତା ପରଠୁ ଆମର ନିରାପତ୍ତା ଓ ସାର୍ବଭୌମତ୍ୱ ପ୍ରତି ବେଶ୍ ସଚେତନତା ସୃଷ୍ଟି କରାଇଛି ।
ଭାରତ ତାହାର ବର୍ହିଆକ୍ରମଣରୁ ସୁରକ୍ଷା ନିମନ୍ତେ ସାମରିକବାହିନୀ ରଖିଛି । ଏହି ସାମରିକ ବାହିନୀ ୧ ଏପ୍ରିଲ ୧୯୫୫ ଠାରୁ ସ୍ୱତନ୍ତ୍ର ଭାବେ ତିନିଭାଗ ହୋଇ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଆମକୁ ନିରାପତ୍ତା ଦିଅନ୍ତି । ଏହି ତିନିଭାଗ ହେଲା : ସ୍ଥଳବାହିନୀ, ଆକାଶବାହିନୀ ଏବଂ ନୌବାହିନୀ ।
ଏହି ତିନିବାହିନୀ ମୁଖ୍ୟ ହେଉଛନ୍ତି ଭାରତର ରାଷ୍ଟ୍ରପତି ଯିଏକି କମାଣ୍ଡର ଇନ୍ ଚିଫ୍ । ତାଙ୍କ ତଳକୁ ଅଛନ୍ତି ତିନିବାହିନୀର ତିନି ସେନା ମୁଖ୍ୟ । ପ୍ରତ୍ୟେକ ମୁଖ୍ୟ ତାଙ୍କ ବିଭାଗ ପାଇଁ ଦାୟୀ ରୁହନ୍ତି । ନୌସେନାର ମୁଖ୍ୟ ହେଉଛନ୍ତି ଆଡମିରାଲ ଲେଫ୍‌ଟନାଣ୍ଟ କମାଣ୍ଡର । ଏଠାରେ ଗୋଟିଏ କଥା ସୂଚାଇଦେଉ ଯେ ୧୭ଶତାବ୍ଦୀର ମରାଠା ଶାସକ ଛତ୍ରପତି ଶିବାଜୀ ଭୋନସଲଙ୍କୁ ଆମେ ନୌବାହିନୀର ଜନକ ଆଖ୍ୟା ଦେଇଛୁ ।
ଭାରତର ନୌବାହିନୀର ମୁଖ୍ୟ କର୍ତ୍ତବ୍ୟ ହେଉଛି ଆମକୁ ସମୁଦ୍ର ପକ୍ଷରୁ ଆକ୍ରମଣରୁ ସୁରକ୍ଷା ଦେବା ତଥା ତଟରକ୍ଷୀ ରୂପେ ଦାୟିତ୍ୱ ତୁଲାଇବା । ଏସବୁ ଯୁଦ୍ଧ ସୁରକ୍ଷା ଓ ନିରାପତ୍ତା ସଂପର୍କିତ । ଏହା ସହିତ ବିଭିନ୍ନ ବିଦେଶୀ ବଳର ପରିଦର୍ଶନ ଓ ସେମାନଙ୍କ ସହିତ ଯୋଗାଯୋଗ ରକ୍ଷା କରି ସଂପର୍କର ସେତୁ ପରି କାର୍ଯ୍ୟ କରିବା, ଅନ୍ତର୍ଦେଶୀୟ ନୌସେନା ସହିତ ସମରଭ୍ୟାସ କରିବା , ପ୍ରାକୃତିକ ବିପର୍ଯ୍ୟୟ ବେଳେ ମାନବୀୟ ବିପତ୍ତିକାଳୀନ ସେବା ଓ ସହାୟତା ଦେବା, ସମୁଦ୍ର ମଧ୍ୟରେ ବିପଦଗ୍ରସ୍ଥ ବିମାନ ବା ପାଣି ଜାହାଜ ଇତ୍ୟାଦିକୁ ଖୋଜିବା ବା ଉଦ୍ଧାର କରିବା ତଥା ଆବଶ୍ୟକ ବେଳେ ଅନ୍ୟ ଦେଶର ସାହାଯ୍ୟରେ ଛିଡ଼ା ହେବା ବି ଏହାର ଧର୍ମ ।
ଏବେ ପ୍ରଗତିପଥେ ଭାରତର ନୌସେନା । ଏକ ଆକଳନରୁ ଜଣାଯାଏ ଯେ ଏବେ ଏହାର କର୍ମଚାରୀ ସଂଖ୍ୟା ୫୮,୩୫୦, ଉଡ଼ାଜାହାଜମାନଙ୍କୁ ବହନ କରି ପାରୁଥିବା ବିରାଟ ଯୁଦ୍ଧ ପୋତ ଗୋଟିଏ (ଏୟାର କ୍ରାଫ୍‌ଟ କ୍ୟାରିୟର), ଗୋଟିଏ ବିରାଟ ପରିବହନକାରୀ ପୋତ (ଟ୍ରାନ୍ସପୋର୍ଟ ଡକ୍‌), ୧୫ଟି ଦ୍ରୁତଗାମୀ ନୌସେନା ଜାହାଜ (ଫ୍ରିଗେଟ୍‌ସ), ୮ଟି କ୍ଷେପଣାସ୍ତ୍ର ବିଧ୍ୱଂସକାରୀ ପୋତ (ଗାଇଡେଡ୍ ମିଶାଇଲ୍ ଡେଷ୍ଟ୍ରୟର), ୨୪ ଗୋଟି ପଥପ୍ରଦର୍ଶକ କ୍ଷୁଦ୍ର ନୌସେନା ଯୁଦ୍ଧ ଜାହାଜ (କର୍ଭେଟିଜ), ୧୩ଟି ପରମ୍ପରାଗତ ବୁଡ଼ାଜାହାଜ(କନ୍‌ଭେନ୍‌ସନାଲ୍ ସବମେରିନ୍‌); ଗୋଟିଏ ଆଣବିକ ଆକ୍ରମଣକାରୀ ବୁଡ଼ାଜାହାଜ(ନିଉକ୍ଳିୟର ଅଟାକସନ୍ ମେରିନ୍‌), ୩୦ ଗୋଟି ତଟ ଜଗୁଆଳୀ ଜାହାଜ (ପାଟ୍ରୋଲ ଭେସେଲ; ୭ଟି ପ୍ରତ୍ୟାକମଣ ନୌଜାହାଜ (ମାଇନ କାଉଣ୍ଟର ମିଜର ଭେସେଲସ୍‌) ଏବଂ ଆହୁରି ଅନେକ । ତେବେ ଏଠାରେ କେତୋଟି ଉଲ୍ଲେଖନୀୟ ନୌଜାହାଜରେ ଶକ୍ତି ସଂପର୍କରେ ଉପସ୍ଥାପନା କଲୁ ।
ଆଇଏନ୍‌ଏସ୍ ବିକ୍ରମାଦିତ୍ୟ : ସମୁଦ୍ରରେ ଚଳନ୍ତା ଅଭେଦଦୁର୍ଗ ଭାବେ ଏହା ବିବେଚିତ । ଏହାର ଲମ୍ବ ୨୮୩.୫ ମିଟର, ଉଚ୍ଚତା ୨୦ ମହଲା, ଓଜନ ୪୪.୫୦୦ ଟନ୍ । ଏଥିରେ ଏକ ସମୟରେ ୩୦ଟି ଯୁଦ୍ଧ ବିମାନ ରହିପାରିବେ । ଏହା ଉପରେ ମଧ୍ୟ ୬ଟି କୋମୋଭ-୩୧ ହେଲିକେପ୍ଟର ମୁତୟନ ହୋଇପାରିବ । ବିକ୍ରମାଦିତ୍ୟରେ ୬ ନନୀ ବିଶିଷ୍ଟ ଏକେ-୬୩୦ ତୋପ, ବିପଜ୍ଜନକ ବରାକ କ୍ଷେପଣାସ୍ତ୍ର ଖଞ୍ଜା ଯାଇଛି । ଏହା ଘଣ୍ଟାକୁ ୫୬ କି.ମି ବେଗରେ ଗତି କରିଥାଏ । ନିଜର ଶକ୍ତିଶାଳୀ ରାଡ଼ାର ବ୍ୟବସ୍ଥା ଯୋଗୁଁ ନିଜ ଚାରିପଟେ ୫୦୦ କି.ମି ଅଂଚଳରେ ଏହା ଆକ୍ରମଣ କରିବାରେ ସକ୍ଷମ । ଏଥିରେ ଏକ ସମୟରେ ୧୬୦୦ରୁ ୧୮୦୦ ଯବାନ ମୁତୟନ ହୋଇପାରିବେ ।
ଆଇଏନ୍‌ଏସ୍ ଚକ୍ର ୨ : ପରମାଣୁ କ୍ଷମତାଯୁକ୍ତ ଆଇଏନ୍‌ଏସ୍ ଚକ୍ର-୨ ନୌସେନାର ମାରାତ୍ମକ ଅସ୍ତ୍ର । ଏହି ବୁଡ଼ାଜାହାଜ ୬୦୦ ମିଟର ପର୍ଯ୍ୟନ୍ତ ସମୁଦ୍ର ତଳେ କ୍ରମାଗତ ୩ ମାସ ଯାଏଁ ରହିପାରିବ । ଏଥିରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଖଂଜା ଯାଇଛି ।
ଆଇଏନ୍‌ଏସ୍ ଅରହନ୍ତ ବୁଡ଼ାଜାହାଜ : ଏଥିରେ ୧୨ଟି ସ୍ୱଳ୍ପ ଦ୍ରୁତଗାମୀ କେ-୧୫ କ୍ଷେପଣାସ୍ତ୍ର ଓ ୪ଟି ଦୂରଗାମୀ କେ-୪ ବାଲିଷ୍ଟିକ କ୍ଷେପଣାସ୍ତ୍ର ରହିଥାଏ । ଏହା ୭୦୦ କିମିରୁ ନେଇ ୩୫୦୦ କିମି ଯାଏଁ ଆକ୍ରମଣ କରିବାକୁ ସକ୍ଷମ । ପାଣି ଭିତରୁ ପରମାଣୁ ଆକ୍ରମଣ କରିବାକୁ ଏହା ସିଦ୍ଧହସ୍ତ । ୬୦୦୦ ଟନ୍ ଓଜନ ବିଶିଷ୍ଟ ଅରିହନ୍ତ ହେଉଛି ଭାରତର ପରମାଣୁ କ୍ଷମତା ସଂପନ୍ନ ବୁଡ଼ାଜାହାଜ ।
ଆଇଏନ୍‌ଏସ୍ ବିକ୍ରାନ୍ତ : ନୌସେନାର ବ୍ୟବହୃତ ଏହା ଏକ ଭୟଙ୍କର ମାରାତ୍ମକ ଅସ୍ତ୍ର ପ୍ରୟୋଗକାରୀ ଯୁଦ୍ଧ ଜାହାଜ । ଶତ୍ରୁପକ୍ଷକୁ ମୁକାବିଲା କରିବାରେ ଏହା ବେଶ୍ ମଜବୁତ୍ ।
ଇତିମଧ୍ୟରେ ଆଇଏନ୍‌ଏସ୍ କୋମାଭା ଏବଂ ଆଇଏନ୍‌ଏସ୍ ‘କଦ୍ଦମାଟ’ ଭାରତୀୟ ନୌବାହିନୀରେ ସାମିଲ ହୋଇଛନ୍ତି । ଏଇ ୧୬ ସେପ୍ଟେମ୍ବର ୨୦୧୭ରେ ଆଇଏନ୍‌ଏସ୍ ‘କିଲତାନ୍‌’ ମଧ୍ୟ ଭାରତୀୟ ନୌସେନାରେ ଜଳାବତରଣ କରିଛି । ଏହା ସିବାଲିକ୍ ଶ୍ରେଣୀର ଯୁଦ୍ଧ ଜାହାଜ । ଲକ୍ଷାଦ୍ୱୀପ ଓ ମିନିକୟ ଦ୍ୱୀପର ମଧ୍ୟରେ ଥିବା ଏକ କ୍ଷୁଦ୍ର ଦ୍ୱୀପ ‘କିଲତାନ’ ନାମାନୁସାରେ ଏହା ନାମିତ ହୋଇଛି । ଏହା ଯେ କୌଣସି ବୁଡ଼ାଜାହାଜକୁ ଧ୍ୱଂସ କରିବାରେ ସକ୍ଷମ । ଉପରୋକ୍ତ ସାମର୍ଥ୍ୟ ସୂଚାଇଦିଏ ଯେ ଭାରତ ସମୁଦ୍ରପଟୁ ଯେ କୌଣସି ଆକ୍ରମଣକୁ ସାମ୍‌ନା କରିବାକୁ ପୂର୍ଣ୍ଣ ଦକ୍ଷତା ସହ ସମର୍ଥ ।
ଭାରତର ପାକିସ୍ତାନ ସହିିତ ୪ ଥର ଯଥାକ୍ରମେ ୧୯୪୮, ୧୯୬୫, ୧୯୭୧ ଏବଂ ୧୯୯୯ ମସିହାରେ ଘମାଘୋଟ ଯୁଦ୍ଧ ସଂଗଠିତ ହୋଇଛି । ତେବେ ନୌସେନା ପାଇଁ ୧୯୭୧ପାକ୍‌-ଭାରତ ଯୁଦ୍ଧ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ୪ ଡିସେମ୍ବର ୧୯୭୧ ମସିହାରେ ଭାରତର ନୌବାହିନୀ କରାଚି ବନ୍ଦର ଆକ୍ରମଣ କରି ନିଜର ଜୀବନକୁ ବାଜି ଲଗାଇ ସେଠି ରକ୍ତର ଗଙ୍ଗା ପ୍ରବାହିତ କରାଇଦେଲେ । ଏହା ଏକ ଐତିହାସିକ ବିରଳ ଯୁଦ୍ଧ । ଏଠାରେ ସୂଚାଇଦେବାକୁ ଚାହୁଁ ଯେ କ୍ୟାପ୍‌ଟେନ୍ ମୁଲ୍ଲା ସେତେବେଳେ ଆଇଏନ୍‌ଏସ୍ ଖୁକ୍ରୀର ପୋତାଧୀଶ ଥିଲେ । ଯୁଦ୍ଧବେଳେ ଶତ୍ରୁ ପକ୍ଷର କମାଣରେ ଖୁକ୍ରୀରେ ଅଗ୍ନିସଂଯୋଗ ହେଲା । କ୍ୟାପ୍‌ଟେନ୍ ମୁଲ୍ଲା ସୈନିକମାନଙ୍କୁ ଜୀବନତରୀ ସାହାଯ୍ୟରେ କୂଳକୁ ପଠାଇଦେଇ ଡେକ୍‌ରେ ଜାହାଜ ଓ ନିଜେ ଜଳିବା ଯାଏଁ ସେମିତି ଅପେକ୍ଷା କରିଥିଲେ । ସେତେବେଳେ ସେ ଟାଣୁଥିଲେ ସିଗାରେଟ୍ ଆଉ ମୁଖରୁ ବାହାରୁଥାଏ ‘ମେରା ଭାରତ ମହାନ୍‌’ । ତାପରେ ସେ ପାଲଟିଗଲେ ମୁଠାଏ ପାଉଁଶ । ଏ ହେଉଛି ଭାରତୀୟ ନୌସେନାର ଜଣେ ସଚ୍ଚାଦେଶପ୍ରେମୀର ଉତ୍ସର୍ଗୀକୃତ ଜୀବନର ଗାଥା ।
୧୯୭୧ର ଯୁଦ୍ଧରେ ଭାରତ ବିଜୟୀ ହେଲା । ତେବେ ସ୍ମୃତିରେ ରହିଗଲା ୪ ଡିସେମ୍ବରର ଭାରତୀୟ ନୌସେନାର ଦୁଃସାହସିକ ଯୁଦ୍ଧକଥା । ଏହାକୁ ସ୍ମରଣ କରିବା ପାଇଁ ୪ ଡିସେମ୍ବର ୨୦୧୩ରେ ନୌସେନାର ୪୨ତମ ବାର୍ଷିକ ଉତ୍ସବରେ ଏକ ଉଚ୍ଛ୍ୱସିତ ଶ୍ରଦ୍ଧାଞ୍ଜଳି ସେଦିନର ସହିଦ ନୌସେନାଙ୍କ ଉଦ୍ଦେଶ୍ୟରେ କରାଯାଇଥିଲା । ଏହାକୁ ସ୍ମୃତି କରିବା ପାଇଁ ଆମେ ପ୍ରତିବର୍ଷ ୪ ଡିସେମ୍ବରରେ ନୌସେନା ଦିବସ ପାଳନ କରୁ । ଏହା ହେଉଛି ସେମାନଙ୍କର ବୀରତ୍ୱ, ଦେଶପ୍ରେମ ଓ ବଳିଦାନ ପାଇଁ ଶ୍ରେଷ୍ଠ ସମ୍ମାନ ।
ଭାରତର ପଶ୍ଚିମତଟ ନୌସେନାର ମୁଖ୍ୟ କାର୍ଯ୍ୟାଳୟ ବା ନିୟନ୍ତ୍ରଣ କେନ୍ଦ୍ର ହେଉଛି ବମ୍ବେ ଏବଂ ପୂର୍ବତଟ ନୌସେନାର ନିୟନ୍ତ୍ରଣ କେନ୍ଦ୍ର ହେଉଛି ବିଶାଖାପାଟଣା । ଡିସେମ୍ବର ୪ ଅବସରରେ ସମସ୍ତ ନୌଯୁଦ୍ଧ ଜାହାଜ ଓ ନାବିକମାନେ ଯଥାକ୍ରମେ ସେମାନଙ୍କ ମୁଖ୍ୟ କେନ୍ଦ୍ରରେ ସମବେତ ହୋଇ ଦିବସଟିକୁ ଚମତ୍କାର ଭାବରେ ଉପଭୋଗ କରନ୍ତି । ଯେଉଁମାନେ ନୌସାମରିକ ସମ୍ମାନ ପାଇବାକୁ ହକ୍‌ଦାର, ସେଦିନ ସେମାନଙ୍କୁ ଦିଆଯାଏ । ସେଦିନ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଓ ଶପଥ ଥାଏ : ଏକ ମଜଭୁତ୍ ରାଷ୍ଟ୍ର ପାଇଁ ନିରାପଦ ସମୁଦ୍ର ଓ ତଟଦେଶ ଥାଉ । (ଝବଲର ଗ୍ଦରବଗ୍ଦ ଌ ଗ୍ଦରମଙ୍କକ୍ସର ମକ୍ଟବଗ୍ଦଗ୍ଧଗ୍ଦ ଲକ୍ଟକ୍ସ ବ ଗ୍ଦଗ୍ଧକ୍ସକ୍ଟଦ୍ଭଶ ଦ୍ଭବଗ୍ଧସକ୍ଟଦ୍ଭ)
ସେଦିନ ନୌସେନା ତରଫରୁ ତା’ର କଳ, ବଳ, ଶକ୍ତି, କୌଶଳ କ୍ରୀଡ଼ା, କଳା,ଦକ୍ଷତା ଓ ସାମର୍ଥ୍ୟକୁ ନେଇ ନାନାପ୍ରକାର କାର୍ଯ୍ୟକ୍ରମ କରିଥାଏ । ସେଗୁଡ଼ିକୁ ଇଂରାଜୀ ଶବ୍ଦରେ ପ୍ରକାଶ କଲେ ତାହା ଏହିପରି : ଡକ୍ସରବଗ୍ଧଷ କ୍ଷବଚ୍ଚସଦ୍ଭଶ ମରକ୍ସରଜ୍ଞକ୍ଟଦ୍ଭଚ୍ଚ ସଗ୍ଦ ଷରକ୍ଷୟ ବଗ୍ଧ ଗ୍ଧଷର ଙ୍ଗବକ୍ସ ଜ୍ଞରଜ୍ଞକ୍ଟକ୍ସସବକ୍ଷ କ୍ଟଦ୍ଭ ଗ୍ଧଷର ଭରବମଷ ଲକ୍ଟକ୍ଷକ୍ଷକ୍ଟଙ୍ଗରୟ ଭଚ୍ଚ ଗ୍ଧଷର କ୍ଟକ୍ଟ୍ରରକ୍ସବଗ୍ଧସକ୍ଟଦ୍ଭବକ୍ଷ ୟରଜ୍ଞକ୍ଟଦ୍ଭଗ୍ଦଗ୍ଧକ୍ସବଗ୍ଧସକ୍ଟଦ୍ଭଗ୍ଦ ଗ୍ଧକ୍ଟ ଗ୍ଦଷକ୍ଟଙ୍ଗ ଗ୍ଧଷର କ୍ଟ୍ରକ୍ଟଗ୍ଧରଦ୍ଭଗ୍ଧସବକ୍ଷ ବଦ୍ଭୟ କ୍ସରଗ୍ଦକ୍ଟଙ୍କକ୍ସମରଗ୍ଦଲଙ୍କକ୍ଷଦ୍ଭରଗ୍ଦଗ୍ଦ କ୍ଟଲ ଗ୍ଧଷର ଦ୍ଭବଙ୍ଖବକ୍ଷ ଗ୍ଦଙ୍କଭଜ୍ଞବକ୍ସସଦ୍ଭରଗ୍ଦ, ଗ୍ଦଷସକ୍ଟ୍ରଗ୍ଦ, ବସକ୍ସମକ୍ସବଲଗ୍ଧ ବଦ୍ଭୟ ଙ୍କଦ୍ଭସକ୍ତଙ୍କର ଲକ୍ଟକ୍ସମରଗ୍ଦ, ଙ୍ଖବକ୍ସସକ୍ଟଙ୍କଗ୍ଦ ବସକ୍ସ ମକ୍ସବଲଗ୍ଧଗ୍ଦ ବକ୍ସର ଗ୍ଦଷକ୍ଟଙ୍ଗଦ୍ଭ ଭଚ୍ଚ ଲକ୍ଷଚ୍ଚସଦ୍ଭଶ କ୍ଟଙ୍ଖରକ୍ସ ଗ୍ଧଷର ଭରବମଷ, ବଦ୍ଭୟ ଗ୍ଦକ୍ଟ୍ରରମଗ୍ଧବଗ୍ଧକ୍ଟକ୍ସଗ୍ଦ ବକ୍ସର କ୍ସରକ୍ତଙ୍କରଗ୍ଦଗ୍ଧରୟ ଭଚ୍ଚ ଗ୍ଧଷର ବଙ୍କଗ୍ଧଷକ୍ଟକ୍ସସଗ୍ଧସରଗ୍ଦ ଗ୍ଧକ୍ଟ ଳରରକ୍ଟ୍ର ଗ୍ଧଷର ଭରବମଷ କ୍ଷସଗ୍ଧଗ୍ଧରକ୍ସ-ଲକ୍ସରର ଗ୍ଧକ୍ଟ ବଙ୍ଖକ୍ଟସୟ ଗ୍ଧଷର ଶବଗ୍ଧଷରକ୍ସସଦ୍ଭଶ କ୍ଟଲ ଭସକ୍ସୟଗ୍ଦ ଙ୍ଗଷସମଷ ଜ୍ଞବଚ୍ଚ ମକ୍ଟଙ୍କଗ୍ଦର ଷବଚ୍ଛବକ୍ସୟଗ୍ଦ ଗ୍ଧକ୍ଟ ବସକ୍ସମକ୍ସବଲଗ୍ଧଗ୍ଦ.
ଏହିଦିନ ନୌସେନାର ଯୁଦ୍ଧ ଜାହାଜ ଏବଂ ଏୟାରକ୍ରାଫ୍‌ଟ ଇତ୍ୟାଦିକୁ ଦର୍ଶନାର୍ଥେ ଦର୍ଶକମାନଙ୍କୁ ବିଶେଷକରି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନିୟନ୍ତ୍ରଣ କରାଯାଇଥାଏ । ତା’ ସହିତ ସାମରିକ କାର୍ଯ୍ୟକୁଶଳତାକୁ ନେଇ ଫଟୋ/ଚିତ୍ର ପ୍ରଦର୍ଶନୀ କରାଯାଇଥାଏ । ଏହା ବ୍ୟତୀତ ନୌସେନା କାର୍ଯ୍ୟାଳୟର ଆବାସିକ ବିଦ୍ୟାଳୟରେ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଥାଏ ।
ଓଡ଼ିଶା ନୌସେନାକୁ ନେଇ ବିଶେଷ ଗର୍ବିତ । ଏଇଥିପାଇଁ ଯେ ଏହାର ଚିଲିକାରେ ଭାରତର ଏକମାତ୍ର ନୌତାଲିମ କେନ୍ଦ୍ର ଅବସ୍ଥିତ ଏବଂ ଏଇଥିପାଇଁ ଚିଲିକା ଓ ଓଡ଼ିଶା ବିଶ୍ୱପ୍ରସିଦ୍ଧ; ‘ଆଇଏନ୍‌ଏସ୍ ଚିଲିକା ନାଁ’ରେ । ପୁନଶ୍ଚ ଓଡ଼ିଶାର ସୁନାମ ଲାଗି ରମାଦେବୀ ନାମଗ୍ଦ ଏକ ରଣତରୀ ଭାରତୀୟ ନୌସେନାରେ ସାମିଲ ହୋଇଛି । ରମାଦେବୀ ହେଉଛନ୍ତି ଜଣେ ପ୍ରଖ୍ୟାତ ଯଶସ୍ୱିନୀ ସ୍ୱାଧୀନତା ସଂଗ୍ରାମୀ । ଏନେଇ ଓଡ଼ିଶା ନିଜକୁ ଧନ୍ୟ ମନେକରେ ।
ଦେଶସେବାରେ ନିଜକୁ ନିୟୋଜନ କରିବାରେ ଏବଂ ନିଜର ଭାଗ୍ୟକୁ ଗଢ଼ିବାରେ ନୌସେନା ଏବେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି । ଏଥିପାଇଁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ଏନ୍‌ସିସି ଏବଂ ସ୍କାଉଟ୍ ପରି ଭାରତୀୟ ନେଭିର ପ୍ରାକ୍ ତାଲିମ ଦିଆଯାଏ । ଏ ଦେଶର ଯୁବପିଢ଼ି ଏହାର ସୁଯୋଗ ନେଇ ନିଜକୁ ଧନ୍ୟ କରିବା ଉଚିତ୍ । ନିଶ୍ଚୟ ଗାଇବି ମୋ ଦେଶ ମହାନ୍ । ଜୟ ନୌସେନା, ଜୟ ଯବାନ ।
ଅଧ୍ୟକ୍ଷ,ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ, ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ