ସୋରଡ଼ା ବିଜେପିର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା
ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ):ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ତୃଣମୂଳସ୍ତରରୁ ସୁଦୃଢ କରିବା ପାଇଁ ବିଭିନ୍ନ ମଣ୍ଡଳରେ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଚାଲୁ ରହିଛି I ଆଜି ସୋରଡ଼ା ବ୍ଳକ୍ ସରାବାଡି ମଣ୍ଡଳର ଏକ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ନୂଆଁଗଡ ସ୍ଥିତ କନ୍ଧୁଣି ଦେବୀ ମନ୍ଦିର ପରିସରରେ ଆନୁଷ୍ଠିତ ହୋଇଯାଇଛି I ସଭାପତି ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ଯୋଗ ଦେଇ ରାଷ୍ଟ୍ରୀୟ ସୁରକ୍ଷା, ସାମର୍ଥ୍ୟ ସହିତ ଆତ୍ମ ନିର୍ଭରତା ଓ ବ୍ୟକ୍ତିତ୍ୱ ବିକାଶ ବୈଚାରିକ ମୁଖ୍ୟ ଧାରା ଉପରେ ଗୂରୂତ୍ୱାରୋପ କରିଥିଲେ I ଅନ୍ୟତମ ଅତିଥି ରୂପେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଯୋଗ ଦେଇ ସଂଗଠନ ମଜବୁତ୍ କରିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ I ସୋରଡ଼ା ନିର୍ବାଚନ ମଣ୍ଡଳୀର ଅନ୍ୟ ମଣ୍ଡଳ ସଭାପତି ମାନଙ୍କ ସହ ପ୍ରଭାରୀ ପ୍ରଦୀପ କୁମାର ସାହୁ ଯୋଗ ଦେଇ ପ୍ରଶିକ୍ଷଣ ଶିବିର ପରିଚାଳନାରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ବହୁ କର୍ମୀ ଉପସ୍ଥିତ ରହି ଦଳ ପାଇଁ ଏକତା ବଦ୍ଧ ଭାବେ ଲଢ଼େଇ କରିବାକୁ ଶପଥ ନେଇଥିଲେ I


