ସୋସୋ ଗାର୍ଲସ ହାଇସ୍କୁଲରେ ଶିଶୁକାହାଣୀ ପ୍ରତିଯୋଗୀତା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସୋସୋ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଶିଶୁ କାହାଣୀ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଲିପିର ପ୍ରତିନିଧି ଶ୍ରୀମନ୍ତ କୁମାର ରାଉତଙ୍କ ସଂଯୋଜନାରେ ଓ ପ୍ରଧାନ ଶିକ୍ଷୟତ୍ରୀ ବିନିତା ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜମ୍ଭୀରା ହାଇସ୍କୁଲର ଭାଷା ଶିକ୍ଷକ ପୁରୁଷୋତ୍ତମ ସାହୁ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ମୋହନ କୁମାର ମହାନ୍ତି, ସମ୍ମାନୀତ ଅତିଥି ଭାବେ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ପହି, ଲକ୍ଷ୍ମଣ ଦାଶ ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ପ୍ରତିଲିପି କାହାଣୀ ପଠନ ଓ ଲିଖନ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନେ କୁନି ବୟସରୁ ଗଳ୍ପ, କବିତା ଲିଖନ କଲେ ସେମାନେ ଭବିଷ୍ୟତରେ ଭଲ ଭଲ ଲେଖକ, କବି ଓ ଗାଳ୍ପିକ ହୋଇ ପାରିବେ ବୋଲି ଅତିଥିମାନେ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଶାନ୍ତନୁ ବାରିକ, ଅବିନାଶ ଆଇଚ, ଅଜୟ କୁମାର ଭୁତିଆ, ବିମଳ ଦୋରା, ସୌମ୍ୟ ରଞ୍ଜନ ରାଉତ, ସତ୍ୟପ୍ରଜ୍ଞ ବିମଳେଶ, ଶ୍ରବଣ କୁମାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


