ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ମାମଲା: ଆକ୍ସନ ମୋଡ୍‌ରେ କ୍ରାଇମବ୍ରାଞ୍ଚ, ୬ଜଣଙ୍କୁ ଜେରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଆକ୍ସନ ମୋଡ୍‌ରେ କାର୍ଯ୍ୟ ଚଳାଇଛନ୍ତି । ଆଜି ୬ଜଣଙ୍କୁ ଘନ ଘନ ଜେରା କରୁଛି ଟିମ୍ । ରୋଷେୟା ମନ୍ମଥ କୁମ୍ଭ, ୨ ଏସିଏଫ କେ.ଭି.ଭାଷ୍କର ରାଓ ଓ ଗୌରୀ ରଥ, ୨ ଜଣ ୱାଚ୍‌ମ୍ୟାନ୍ ଓ ଜଣେ ଗାର୍ଡଙ୍କୁ କ୍ରାଇମ୍‌ବ୍ରାଞ୍ଚ ଜେରା କରୁଛି । ପାରଳାଖେମୁଣ୍ଡି ଥାନାରେ ଥିବା ସ୍ୱତନ୍ତ୍ର କୋଟରୀରେ ଜେରା କରାଯିବା ପରେ ପୋଲିସ ଗେଷ୍ଟ ହାଉସକୁ ନିଆଯାଇଛି । ସେଠାରେ ଏକ କୋଟରୀରେ ପଚରାଉଚରା ଚାଲିଛି । ତଦନ୍ତ ପୁଣି ଆରମ୍ଭରୁ ହେଉଛି । କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ସେନେଇ ରହସ୍ୟ ଉନ୍ମଚନ କରିବାରେ ଲାଗିପଡିଛନ୍ତି । ଏପରିକି ବିଦ୍ୟାଭାରତୀଙ୍କ ମୟୁରଭଞ୍ଜ କପ୍ତିପଦାକୁ ଯାଇପାରେ ଏହି ଟିମ୍ । ଏହାସହ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ପାଳି ପଡିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା, ଆତ୍ମହତ୍ୟା ନା ହତ୍ୟା ଏହାର ଖଳତାଡ ଜାରି ରଖିଛି । ସୂଚନା ଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନ ରଞ୍ଜନ ମିଶ୍ରଙ୍କ ନେତୃତ୍ୱ ୩ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ ସହ ରାଜ୍ୟ ଫରେନ୍ସିକ ଦଳ, ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ, ଫଟୋ ଗ୍ରାଫର ସମେତ ମୋଟ ୯ଜଣ ପହଞ୍ôଚ ମୃତ ଏସିଏଫଓଙ୍କ ସରକାରୀ ବାସଭବନ ଠାରେ ପହଞ୍ôଚ ୨ଘଣ୍ଟା କାଳ ତନ୍ନ ତନ୍ନ ଯାଞ୍ଚ ଆରମ୍ଭ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ