ସ୍କାଉଟସ୍ ଓ ଗାଇଡସ୍ ମାନଙ୍କ ଦ୍ୱାରା “ଚିନ୍ତନ ଦିବସ” ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଶ୍ରୀ କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ‘ଚିନ୍ତନ ଦିବସ’ ଟିକୁ ରାଜ୍ୟ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଅଛି । ଏହି ଅବସରରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୩୫ ଜଣ ସ୍କାଉଟସ୍ ଏବଂ ଗାଇଡସ୍ ସେମାନଙ୍କ ସ୍କାଉଟ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନଙ୍କ ତତ୍ୱାବଧାନରେ ରାଜ୍ୟ କାର୍ଯ୍ୟାଳୟ ପରିସରରେ ସମବେତ ହୋଇ ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗଦାନ କରିଥିଲେ । ପରେ ପରେ ସ୍କାଉଟ/ଗାଇଡ୍ ମାନଙ୍କ ମଧ୍ୟରେ (ପରିବେଶ ସନ୍ତୁଳନ) ବକ୍ତୃତା ଏବଂ କ୍ଷୁଦ୍ର ନାଟକ (ବାଳିକା ସୁରକ୍ଷା) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ସ୍କାଉଟ୍ ଗାଇଡ଼୍ ମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ରାଜ୍ୟ ସଂଗଠନ କମିଶନର (ଗାଇଡ୍) ଓ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନାମିକା ଦାସ ଏବଂ ରାଜ୍ୟ ତାଲିମ କମିଶନର (ଗାଇଡ୍) ପ୍ରିୟଦର୍ଶିନୀ ମହପାତ୍ରଙ୍କ ଦ୍ୱାରା ପ୍ରମାଣପତ୍ର ଓ ଫଳକ ଦିଆଯାଇ ପୁରସ୍କୃତ କରାଯାଇଥିଲା । ରାଜ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗିତା କରିଥିଲେ ।