ସ୍କାଉଟ୍ସ୍ ଓ ଗାଇଡ଼୍ସ୍ ଦ୍ୱାରା ଜାତୀୟ ଜାମ୍ବୋରୀ ରାଜସ୍ଥାନ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାତୀୟ କାର୍ଯ୍ୟାଳୟ ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ଜାତୀୟ ଜାମ୍ବୋରୀ, ପାଲି ରାଜସ୍ଥାନରେ ତା୪.୧୨.୨୦୨୨ରିଖ ଠାରୁ ତା୧୦.୧୨.୨୦୨୨ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଜାତୀୟ ଜାମ୍ବୋରୀରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୩୫୦୦୦ରୁ ଊର୍ଦ୍ଧ୍ୱ ସ୍କାଉଟସ୍ ଏବଂ ଗାଇଡସ୍ ଭାଗନେବାପାଇଁ ଯାଉଛନ୍ତି । ସେହିପରି ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଦ୍ୱାରା ରାଜ୍ୟ ମୁଖ୍ୟାଳୟ ପରିସରରେ ତା୨୯.୧୨.୨୦୨୨ରିଖ ଠାରୁ ୩୦.୧୨.୨୦୨୨ରିଖ ଦୁଇଦିନ ଜାତୀୟ ଜାମ୍ବୋରୀରେ ଯୋଗଦାନ କରୁଥିବା ସ୍କାଉଟସ୍ ଏବଂ ଗାଇଡସ୍ ମାନଙ୍କ ପାଇଁ ଏକ ପ୍ରସ୍ତୁତି ପର୍ବ ଅନୁଷ୍ଠିତ ହେଇଅଛି । ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ଓଡିଶାରୁ ପ୍ରାୟ ୩୦୦ ଜଣ ସ୍କାଉଟସ୍, ଗାଇଡସ୍ ଏବଂ ସେମାନଙ୍କର ୟୁନିଟ୍ ଲିଡରଙ୍କ ସମେତ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ବାହାରିଛନ୍ତି । ଏହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ତଥା ରାଜ୍ୟସଂସ୍ଥାର ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଆସି ରେଲୱେଷ୍ଟେସନରେ ସ୍କାଉଟସ୍ ଏବଂ ଗାଇଡସ୍ମାନଙ୍କ ସହିତ ଦେଖାହୋଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଜାମ୍ବୋରୀ ତା୪.୧.୨୦୨୩ରିଖ ଦିନ ରାଜସ୍ଥାନଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କ ଦ୍ୱାରା ଉଦ୍ଘାଟିତ ହେବ ।


