ସ୍ୱାଗତମ୍‌-୨୦୨୩ ଆଦିବାସୀପଲ୍ଲୀରେ ନୂଆବର୍ଷକୁ ସ୍ୱାଗତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଦାୟ ନେଇଛି ୨୦୨୨ । ପୁରୁଣା ବର୍ଷକୁ ବିଦାୟ ଦେଇ ଇଂରାଜୀ ନବବର୍ଷ ୨୦୨୩କୁ ସ୍ୱାଗତ କରିଛନ୍ତି ଆଦିବାସୀପଲ୍ଲୀ କନ୍ଦଳେଇର ବିଦ୍ୟାର୍ଥୀ । ସ୍ମାର୍ଟନଗରୀ ଭୁବନେଶ୍ୱର ଠାରୁ ଅଳ୍ପ ଦୂରରେ ଥିବା ଏହି ପଲ୍ଲୀରେ ନବବର୍ଷକୁ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ଗ୍ରାମବାସୀଙ୍କ ସହ ଗ୍ରାମର ବିଦ୍ୟାର୍ଥୀମାନେ ପାରମ୍ପରିକ ନାଚ, ଗୀତ ସହ ବେଲୁନ ଫୁଟାଇ ନୂଆବର୍ଷକୁ ପାଳନ କରିଥିଲେ । ଗାଆଁର ବିକାଶ ନେଇ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସ୍ୱାଗତମ୍‌-୨୦୨୩ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଚନ୍ଦ୍ରଶେଖର ପାଲ୍‌, ଗୋପୀମୋହନ ପଟ୍ଟନାୟକ, ତ୍ରିଲୋଚନ ବେଉରା, ବାଳକୃଷ୍ଣ ରାଉତ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀ, ସାମାଜିକ ପ୍ରମୁଖ ଯୋଗଦେଇ ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ଏବଂ ସବୁଜିମାମୟ ହେଉ ବୋଲି ଯୋଗ ଦେଇଥିବା ଅତିଥିମାନେ ଆଶାପ୍ରକଟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ