ସ୍କାଉଟ ଓ ଗାଇଡ଼ର ବେସିକ୍ ତାଲିମ ଶିବିର ଉଦ୍ଘାଟିତ
ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ସଂଗଠନ ଆନୁକୂଲ୍ୟରେ ଅଣତାଲିମ ପ୍ରାପ୍ତ ଶିକ୍ଷକମାନଙ୍କୁ ବେସିକ୍ ତାଲିମ ଦେବା ନିମିତ୍ତ ଏକ କାଳୀନ ସ୍କାଉଟ୍ ଓ ଗାଇଡ଼୍ ବିଭାଗ ପାଇଁ ଦୁଇଗୋଟି ତାଲିମ ଶିବିର ରାଜ୍ୟ ମୁଖ୍ୟାଳୟ ପରିସରରେ ତା୧୯.୧୦.୨୦୧୯ରିଖ ଠାରୁ ଆୟୋଜିତ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୭ ଜଣ ସ୍କାଉଟ୍ ମାଷ୍ଟର ଓ ୭୨ ଜଣ ଗାଇଡ଼୍ କ୍ୟାପ୍ଟେନ୍ ଉକ୍ତ ତାଲିମ ନେବା ପାଇଁ ଯୋଗ ଦେଇଅଛନ୍ତି । ତା୨୦.୧୦.୨୦୧୯ରିଖ ଅପରାହ୍ନରେ ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ର ଉକ୍ତ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସ୍କାଉଟ୍ ବିଭାଗରେ ୭ ଜଣ ତାଲିମ ଦାତା ଓ ଗାଇଡ଼୍ ବିଭାଗ ପାଇଁ ମଧ୍ୟ ଅନୁରୂପ ୭ ଜଣ ତାଲିମ ଦାତ୍ରୀ ନିଯୁକ୍ତ ହୋଇ ଉକ୍ତ ଶିବିର ପରିଚାଳନା କରୁଛନ୍ତି । ଉଦ୍ଘାଟନୀ ସମାରୋହରେ ଯୋଗ ଦେଇ ମୁଖ୍ୟ କମିଶନର ଡଃ ମିଶ୍ର ବେସିକ୍ ତାଲିମ ପରେ ପ୍ରତ୍ୟେକ ସ୍କାଉଟ୍ ମାଷ୍ଟର ଓ ଗାଇଡ଼୍ କ୍ୟାପଟେନ୍ ସକ୍ରିୟ ଭାବେ ନିଜ ନିଜ ଜିଲ୍ଲାରେ ସ୍କାଉଟ୍ ଓ ଗାଇଡ଼୍ ଇଉନିଟ୍ ଖୋଲି ଛାତ୍ରଛାତ୍ରୀମାନଙ୍କୁ ବହୁ ସଂଖ୍ୟାରେ ରାଜ୍ୟ ପୁରସ୍କାର ସ୍କାଉଟ୍/ଗାଇଡ଼୍ ଭାବେ ସେମାନଙ୍କର ସାମୁହିକ ବିକାଶ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାଶ ମଧ୍ୟ ତାଲିମ ନେବାକୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପିଲାମାନଙ୍କର ଚାରିତ୍ରିକ ଗଠନ ପୂର୍ବକ ସେମାନଙ୍କୁ ସମାଜ ସେବା ପାଇଁ ପ୍ରେରଣା ଦେବାକୁ ଉତ୍ସାହିତ କରିଥିଲେ । ଉକ୍ତ ଶିବିର ତା୨୫.୧୦.୨୦୧୯ରିଖ ଦିନ ସମାପନ ହେବ ।


