ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ

ନବରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କର୍ମରୀ ଆଶ୍ରମ ସ୍କୁଲର ଶକୁନ୍ତଳା ମାଝୀ ନାମକ ୧୦ମ ଶ୍ରେଣୀ ଛାତ୍ରୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ଆଣିବା ସମୟରେ ଅଧାରାସ୍ତାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟା ସମୟରେ ଶକୁନ୍ତଳାଙ୍କୁ ପ୍ରବଳ ମୁଣ୍ଡ ବ୍ୟଥା ହେଉଥିବା କହିବା ପରେ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମୁଣ୍ଡ ବ୍ୟଥା ନ କମିବାରୁ ଡାକ୍ତର ସିଟି ସ୍କାନ କରିବା ପାଇଁ ପରାମର୍ଶ ଦେବାପରେ । ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଉଥିବା ସମୟରେ ଚିକିତ୍ସାଳୟ କୁ ପହଂଚିବା ପୂର୍ବରୁ ହିଁ ରାସ୍ତାରେ ମୃତ୍ୟୁ ଘଟିଥିବା ସ୍କୁଲ ମେଟ୍ରୋନ ସୂଚନା ଦେଇଛନ୍ତି । ମୁଣ୍ଡ ବ୍ୟଥା ହିଁ ତା ମୃତ୍ୟୁର କାରଣ ଏବଂ ମୁଣ୍ଡ ବ୍ୟଥା ହେଉଥିବା କହିବା ପରେ ତୁରନ୍ତ ତା ଚିକିତ୍ସା କରାଯାଇଥିଲା ଏବଂ ଚିକିତ୍ସା ରେ ଟିକେବି ଅବହେଳା କରାଯାଇନଥିବା ପ୍ରକାଶ କରିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ପରେ ହିଁ ପ୍ରକୃତ ସତ୍ୟ ସାମନାକୁ ଆସିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ