ସ୍ତ୍ରୀଙ୍କୁ ମନାଇବା ପାଇଁ ଛାତିରେ ଟାଟୁ ଆଙ୍କିଲେ ସ୍ୱାମୀ
ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ମନାଇବା ପାଇଁ ନିଜ ଶରୀରରେ ଟାଟୁ ଆଙ୍କି ସେଥିରେ ଏମିତି କିଛି ଲେଖିଛନ୍ତି, ଯାହା ଜାଣି ଆପଣ ବି କହିବେ ସ୍ୱାମୀଙ୍କୁ ସେ କ୍ଷମା କରିଦିଅନ୍ତୁ । କାରଣ ସ୍ତ୍ରୀ-ସ୍ୱାମୀ ସମ୍ପର୍କ ସାତ ଜନ୍ମର । ସ୍ୱାମୀ ଜଣଙ୍କ କାହିଁକି, କ’ଣ ପାଇଁ ଏମିତି ଲେଖିଛନ୍ତି ଆସନ୍ତୁ ଜାଣିବା । ସ୍ୱାମୀ ଜଣଙ୍କ ସ୍ତ୍ରୀଙ୍କୁ ଧୋକ୍କା ଦେଇଥିଲେ । ଏହା ପରେ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଗଲେ । କିନ୍ତୁ ବ୍ୟକ୍ତି ଜଣଙ୍କ ଚାହୁଁ ନ ଥିଲେ ସ୍ତ୍ରୀଙ୍କଠାରୁ ଦୂରେଇ ରହିବାକୁ । ସ୍ତ୍ରୀଙ୍କୁ ଫେରିପାଇବା ପାଇଁ ସେ ଏକ ଭିନ୍ନ ତରିକା ଆପଣାଇଛନ୍ତି । ଦିଲ୍ଲୀର ଟୋରେସ୍ ନାମକ ଜଣେ ବ୍ୟକ୍ତି ନିଜ ଛାତିରେ ଟାଟୁ ଆଙ୍କି ଲେଖିଛନ୍ତି, ମୁଁ ଧୋକାବାଜ, ମିଛୁଆ, ବେଇମାନ ଏବଂ ସମ୍ମାନ କରୁ ନ ଥିବା ବ୍ୟକ୍ତି । ତୁମେ ମୋତେ କ୍ଷମା କରି ମୋ ପାଖକୁ ଫେରିଆସ । ଖାଲି ଲେଖିନାହାନ୍ତି, ଛାତିର ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର ବି କରିଛନ୍ତି । ଏହାକୁ ଦେଖି କିଛି ୟୁଜର ସ୍ୱାମୀଙ୍କ ପାଖକୁ ଫେରିଯିବାକୁ ସ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଆଉ କିଛି ୟୁଜର ଲେଖିଛନ୍ତି, ଏମିତି ଲୋକଙ୍କୁ କ୍ଷମା ମିଳିବା ଉଚିତ୍ ନୁହେଁ ।


