ସ୍ତ୍ରୀର କ୍ରିକେଟ୍ ବ୍ୟାଟ୍ ମାଡରେ ସ୍ୱାମୀର ମୃତ୍ୟୁ

ଯୋଡ଼ା (ଯୁଗାଦ୍ଦ) : ବାମେବାରୀ ଥାନା ଅନ୍ତର୍ଗତ ସିଲିଯୋଡା ବେଲ ହଟିଂଠାରେ ସ୍ତ୍ରୀର କ୍ରିକେଟ୍ ବ୍ୟାଟ୍ ମାଡରେ ସ୍ୱାମୀର ମୃତ୍ୟୁ ଘଟିଥିବା ଖବର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଖବର ନେବାରୁ ଜଣାପଡିଛି ଯେ, ଉକ୍ତ ବେଲ ହଟିଂରେ ରହୁଥିବା ଦୟାଲ ମୁଣ୍ଡା(୪୦) ଗୁରୁବାର ରାତିରେ ତାଙ୍କ ସ୍ତ୍ରୀ ମୁକ୍ତା ମୁଣ୍ଡାଙ୍କ ସହ କଳହ ହୋଇଥିଲା । ପ୍ରଥମେ ସ୍ୱାମୀ ଦୟାଲ ତାଙ୍କ ସ୍ତ୍ରୀ ମୁଣ୍ଡା ମୁକ୍ତା ମୁଣ୍ଡାଙ୍କୁ ପ୍ରବଳ ମାଡ ମାରିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ସ୍ତ୍ରୀ ମୁକ୍ତା ମୁଣ୍ଡା ମଧ୍ୟ ଘରେ ଥିବା ବ୍ୟାଟ୍ ରେ ଦୟାଲ ମୁଣ୍ଡାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ଫଳରେ ପ୍ରବଳ ରକ୍ତସ୍ରାବ ଘଟି ଦୟାଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଶୁକ୍ରବାର ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିପାରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବଡବିଲ ଏସଡିପିଓ ସତ୍ୟ ବିକାଶ ଭୂୟାଁ, ବାମେବାରୀ ଥାନା ଓଆଇସି ଅମିତାବ୍ ଦାସ ଘଟଣାସ୍ଥଳରେ ପହନଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । ଏନେଇ ବାମେବାରୀ ଥାନାରେ କେଶ୍ ନଂ ୪୦/୨୦୨୦ ରେ ହତ୍ୟାମାମଲା ରୁଜୁ କରାଯାଇ ଅଭିଯୁକ୍ତ ସ୍ତ୍ରୀ ମୁକ୍ତା ମୁଣ୍ଡାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ପୋଲିସ ପ୍ରକାଶ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ