ଲୁହା ପଥର ଚୋରା କାରବାରରେ ଜଣେ ଗିରଫ

VSRP: No data available
ଯୋଡ଼ା (ଯୁଗାଦ୍ଦ) : ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ବିସିଦେବ୍ ଖଣିରେ ହାଇଓା ଟ୍ରକ ଯୋଗେ ହୋଇଥିବା ଲୁହାପଥର ଚୋରା କାରବାରରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ହେଲେ ଯୋଡା ସହରସ୍ଥିତ ଟେଲିଫୋନ୍ ଏକ୍ସେଚେନ୍‌ଜ ନିକଟସ୍ଥ ଲୋହାରା ବସ୍ତି ରଂଜନ ପାନ୍ । ଏନେଇ ଯୋଡା ଥାନାରେ କେଶ୍ ନଂ ୫୮/୨୦୨୦ , ଦଫା ୩୭୯, ୩୪ ଆଇପିସି ଏବଂ ୨୧ ଏମଏମଡିଆର ଆକ୍ଟ ରୁଜୁ କରାଯାଇ ଅଭିଯୁକ୍ତ ରଂଜନ ପାନ୍ କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ସୂଚନା ଯୋଗ୍ୟକି, ଗତ ବୁଧବାର ରାତି ପ୍ରାୟ ୧.୩୦ ମିନିଟ୍ ସମୟରେ ଏକ ଦୁର୍ଗମ ଅଂଚଳ ରେ ଅବସ୍ଥିତ ବିସିଦେବ ଖଣିରେ ଏକ ହାଇଓା ରେ ଚୋରା ଲୁହାପଥର ବୋଝେଇ କରି ନେଉଥିବା ବେଳେ ପୋଲିସ ଖବର ପାଇ ସେଠାରେ ଚଢାଉ କରି ଲୁହା ପଥର ବୋଝେଇ ହାଇଓା ଓ ଗୋଟିଏ ବାଇକ୍ ଜବତ କରିବା ସହିତ ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ କାବୁ କରିନେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ