ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ହାତୀ ବେଶରେ ଦର୍ଶନ ଦେଲେ

ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍‍): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଆଷାଡ ମାସ ପୂର୍ଣ୍ଣମୀ ତିଥିରେ ସ୍ନାନ ମଣ୍ଡପରେ ବିଜେ ଚତୁର୍ଦ୍ଧା ମୂର୍ତ୍ତି । ଏହି ପବିତ୍ର ପୂର୍ଣ୍ଣମୀ ଅବସରରେ ମହାପ୍ରଭୁ ଜଗନ୍ନାଥ ରତ୍ନସିଂହାସନରୁ ଓହ୍ଲାଇ ଆସନ୍ତି ସ୍ନାବେଦିକୁ । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଜ୍ୟେଷ୍ଠ ଭାତ୍ରା ପ୍ରଭୁ ବଳଭଦ୍ର, ଭଉଣୀ ସୁଭଦ୍ରା,ଓ ପ୍ରଭୁ ସୁଦର୍ଶନ ଶୋଭା ବର୍ଦ୍ଧନ କରନ୍ତି ସ୍ନାନ ମଣ୍ଡପର ସ୍ନାନ ବେଦିରେ ଭକ୍ତମାନେ ଏହି ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ଦର୍ଶନ କରି ଧନ୍ୟ ମନେ କରିଥାନ୍ତି ନିଜ ଜୀବନକୁ । ଏହି ପରୀପ୍ରେକ୍ଷୀରେ ବୋଲଗଡସ୍ଥିତ ତୃତୀୟାଦେବ(ଜଗନ୍ନାଥ) ଭାଇ ଭଉଣୀଙ୍କୁ ଧରି ସକାଳୁ ଗୋଟି ପହଣ୍ଡିରେ ଘଣ୍ଟ ଘଣ୍ଟା, ହୁଳହୁଳି,ବାଦ୍ୟର ତାଳେ ତାଳେ ଆସିଥିଲେ ସ୍ନାନଦେବୀକୁ । ସ୍ନାନ ବେଦିରେ ଉପବେସନ କରାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ଗରା ପାଣି ଢାଳିବାପରେ ହାତୀ ବେସରେ ଶ୍ରଦ୍ଦାଳୁମାନଙ୍କୁ ଦର୍ଶନ ଦେଇଥିଲେ । ସନ୍ଧ୍ୟାରେ ଠାକୁରମାନଙ୍କ ଦର୍ଶନ ନିମନ୍ତେ ବହୁଭକ୍ତମାନଙ୍କର ଭିଡ ପରିଲଖିତ ହୋଇଥିଲା । ଏହି ଅବସରରେ ସେଠାରେ ସ୍ଥାନୀୟ ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ