ସ୍ବର୍ଗତ ପେଣ୍ଟୁ ପାତ୍ରଙ୍କ ସ୍ମୃତି ସଭା:ମ୍ୟାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ବେଲଗୁଣ୍ଠା, ( ସନ୍ତୋଷ ବିଶୋୟୀ ): ବେଲଗୁଣ୍ଠା ୧ ନମ୍ବର ୱାର୍ଡ ଗୋଲାସାହି ବାସିନ୍ଦା ସ୍ୱର୍ଗତ ପେଣ୍ଟୁ ପାତ୍ରଙ୍କ ଏକଦଶାହ ଅବସରରେ ତାଙ୍କ ବାସଭବନ ନିକଟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଅଛି ।ଏହି ଅବସରରେ ଅତିଥି ଭାବେ ବେଲଗୁଣ୍ଠା ଏନ୍.ଏ.ସିର ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା,ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବିଜେଡି ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ, ଏକ୍ସ କାଉନସିଲର ଦିଲ୍ଲି ଆଚାରୀ,ବିଜେଡି ଛାତ୍ର ଡିଜିଟାଲ ସମ୍ପାଦକ ସଂଦିପ୍ ପାତ୍ର, ପ୍ରେସ୍ କ୍ଳବ୍ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ଉପସଭାପତି ପ୍ରଭାତ କୁମାର ସାହୁ, ପ୍ରେସ୍ କ୍ଳବ ଉପଦେଷ୍ଟା ସୁଶାନ୍ତ କୁମାର ବେହେରା, ଚିନାଲୁ ହରିଶ୍ଚନ୍ଦ୍ର ,ସୁରେନ୍ଦ୍ର ସାମଲ,ସିଏଚ ମାଧବ ପାତ୍ର, ଶଙ୍କର ବେହେରା, ଓ ଏଲ ଅଭି ରେଡ୍ଡୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ପେଣ୍ଟୁ ପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ ।ସ୍ୱର୍ଗତଃ ପେଣ୍ଟୁ ଜଣେ ଭଲ ବ୍ୟକ୍ତିତ୍ୱ ଥିଲେ ।ବିଜୁପ୍ରେମୀ ଭାବେ ବେଲଗୁଣ୍ଠା ଅଞ୍ଚଳରେ ଜଣାଶୁଣା ଥିଲେ ।ବିଜୁ ଜନତା ଦଳର ଜଣେ ଆଗଧାଡିର କର୍ମୀଙ୍କୁ ହରାଇଲା ବୋଲି ମତପ୍ରକାଶ ପାଇଥିଲା ।ସ୍ୱର୍ଗତ ପାତ୍ରଙ୍କ ପୁତ୍ର ଚିନାଲୁ ସନ୍ତୋଷ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସ୍ୱାଗତ ଜଣାଇଥିଲେ ।ସ୍ୱର୍ଗମ ପେଣ୍ଟୁ ପାତ୍ର ଜଣେ ଶିକ୍ଷା ପ୍ରେମୀ ଥିବାରୁ ତାଙ୍କ ସ୍ମୃତିରେ ତାଙ୍କ ପରିବାର ତରଫରୁ ଗତ ମ୍ୟାଟ୍ରିକ ପରୀକ୍ଷାରେ 90 ପରସେଣ୍ଟେଇଜ ରୁ ଉର୍ଦ୍ଧ୍ବ ମାର୍କ ରଖି ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଅଞ୍ଚଳର ଜଣାଶୁଣା କଳାକାର ତଥା ଶିକ୍ଷକ ଅଜିତ କୁମାର ପଣ୍ଡା ମଞ୍ଚ ସଂଚାଳନ କରିଥିବା ବେଳେ ବେଲଗୁଣ୍ଠା ମାଁ ସନ୍ତୋଷୀ ମ୍ୟୁଜିକ ତରଫରୁ ଭଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।କାର୍ଯ୍ୟକ୍ରମକୁ ଯୁବ ସଂଗଠକ ଭାସ୍କର ପାତ୍ର ପରିଚାଳନା କରିଥିବା ବେଳେ କାଶିନାଥ ସାହୁ,ଶିବରାମ ଚୌଧୁରୀ ଓ ସ୍ୱର୍ଗତ ପାତ୍ରଙ୍କ ପରିବାରବର୍ଗ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ