ସ୍ଵୀକୃତିପ୍ରାପ୍ତ ହେଲା ଭଣ୍ଡାରିପୋଖରୀ ରୋଟାରୀ କ୍ଲବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକର ନବଗଠିତ ରୋଟାରୀ କ୍ଲବ ଏବେ ସ୍ଵୀକୃତିପ୍ରାପ୍ତ ହୋଇଛି। ପଶ୍ଚିମବଙ୍ଗ ଦୀଘା ଠାରେ ଅନୁଷ୍ଠିତ ୨୦୨୨ ପରିବର୍ତ୍ତନ ସମାବେଶରେ ନବ ଗଠିତ କ୍ଲବ ସଦସ୍ୟ ମାନଙ୍କୁ ସ୍ଵାଗତ ଜଣାଇ ଭଦ୍ରକ ରୋଟାରୀଆନ ଶାନ୍ତନୁ କୁମାର ପାଣି ସ୍ଵିକୃତି ପତ୍ର ପ୍ରଦାନ କରିଥିଲେ। ଏଥିରେ କ୍ଲବ ଉପଦେଷ୍ଟା ଇଞ୍ଜିନିୟର ଅମ୍ବିକା ବଲ୍ଲଭ ସ୍ଵାଇଁ ଓ ଭଦ୍ରକ କ୍ଲବ ସଭାପତି ବସନ୍ତ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଭଣ୍ଡାରିପୋଖରୀ କ୍ଲବ ପକ୍ଷରୁ ପ୍ରଦିପ କୁମାର ପରିଡ଼ା,ମିଲନ ଜେନା,ଅଜୟ ମିଶ୍ର,ନିହାର ରଞ୍ଜନ ମହାପାତ୍ର,ରାମ ନାୟକ, ସଞ୍ଜୀବ କୁମାର ରାଉତ, ଅଭିମନ୍ୟୁ ଜେନା,ସତ୍ୟ ପଣ୍ଡା ପ୍ରମୁଖ ପ୍ରତିଷ୍ଠାତା ସଦସ୍ୟ ଉତ୍ସବ ରେ ଉପସ୍ଥିତ ରହି ସ୍ଵୀକୃତି ପତ୍ର ଗ୍ରହଣ କରିଥିଲେ ।


