ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସ୍ୱଚ୍ଛ ଭାରତ ଅଭିଯାନ(ଗ୍ରାମୀଣ)ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ଗଞ୍ଜାମ ପକ୍ଷରୁ ସାରା ଜିଲ୍ଲାରେ ଆରମ୍ଭ ହୋଇଛି ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ।ଏହି ଅଭିଯାନ ମଧ୍ୟରେ ମୋ ସ୍ୱାଭିମାନ,ସ୍ୱଚ୍ଛ ଗଞ୍ଜାମ ପରିକଳ୍ପନାକୁ ସ୍ଥାନିତ କରାଯାଇଛି।ଜିଲ୍ଲାର ସମସ୍ତ ଗ୍ରାମରେ ଗ୍ରାମ୍ୟ ପରିବେଶକୁ ପରିମଳ ଏବଂ ପ୍ରଦୂଷଣ ମୁକ୍ତ ସହ ଏକ ସୁନ୍ଦର ପରିବେଶ ଭିତରେ ପ୍ରତ୍ୟେକ ଅଧିବାସୀ ଉତ୍ତମ ସ୍ୱାସ୍ଥ୍ୟ ନେଇ ଜୀବନ ଯାପନ କରିପାରିବେ ତାହାକୁ ପ୍ରାଧାନ୍ୟ ଦିଆଯାଇଛି।ଏହି କ୍ରମରେ ହିଞ୍ଜିଳିକାଟୁ ବ୍ଲକରେ ଗତ ୯ ଦିନ ଧରି ଆୟୋଜିତ ହୋଇ ଆସୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ।ହିଞ୍ଜିଳି କାଟୁ ବ୍ଲକ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଜାରୀ ରହିଛି।ସଚେତନତା ଅଭିଯାନ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯିବା ସହ ପ୍ରତି ପଞ୍ଚାୟତରେ ଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନ ପରିସରରେ ସମୂହ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ସାହି ସାହିରେ ଏଣେତେଣେ ଜମି ରହିଥିବା ଅଳିଆ ଆବର୍ଜନା ସବୁକୁ ହଟାଇ ସଫା କରାଯାଇଛି।ନୀଳ ଡଷ୍ଟବିନରେ କଠିନ,ଶୁଖିଲା ଅଦରକାରୀ ଦ୍ରବ୍ୟ ଏବଂ ସବୁଜ ଡ଼ଷ୍ଟବିନରେ ତରଳ ପଦାର୍ଥକୁ ଆବର୍ଜନା ସଂଗ୍ରହ ଗାଡିରେ ଦେବା ପାଇଁ ସଚେତନ କରାଯାଇଛି।ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ ଉପରେ ସଚେତନତା ସୃଷ୍ଟି କରାଯାଇଛି। ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ପରିବେଶ ସୃଷ୍ଟି ଉପରେ ସଚେତନତା କରାଯାଇଛି। ସବୁଜ ବଳୟ ସୃଷ୍ଟି ସକାଶେ ଚାରା ରୋପଣକୁ ଗୁରୁତ୍ୱ ଦିଆଯାଇଛି।ଗ୍ରାମ୍ୟ ପୋଖରୀର ଚତୁଃ ପାର୍ଶ୍ଵ ସଫା ସୁତୁରା ଓ ଏହାର ଜଳ ଆବର୍ଜନା ମୁକ୍ତ ରଖିବା ସକାଶେ ସଚେତନ କରାଯାଇଛି। ଗ୍ରାମର ପ୍ରତ୍ୟେକ ଅଧିବାସୀ ସ୍ବେଚ୍ଛାକୃତ ଭାବେ ଶ୍ରମଦାନ କରି ସମୂହ ସଫେଇରେ ସାମିଲ ହୋଇଛନ୍ତି।ହିଞ୍ଜିଳିକାଟୁ ବ୍ଲକର ସମସ୍ତ ପଞ୍ଚାୟତକୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜରିଆରେ ଶ୍ରେଷ୍ଠ ବ୍ଲକ ରୂପେ ଗଢି ତୋଳିବା ପାଇଁ ବିଡ଼ିଓ ଶ୍ରୀ ଜେନାଙ୍କ ପ୍ରଚେଷ୍ଟା ଓ ଉଦ୍ୟମ ଜାରି ରହିଛି।କାର୍ଯ୍ୟକ୍ରମରେ ଜଳ ଯୋଗାଣ ଓ ପରିମଳ କନିଷ୍ଠ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ଦଳାଇଙ୍କ ସହ ପଞ୍ଚାୟତ ନିର୍ବାହୀ ଅଧିକାରୀ,ସ୍ୱଚ୍ଛତା ଗ୍ରାହୀ,ଆଶା, ଅଙ୍ଗନବାଡି ଓ ସ୍ବେଛାସେବୀ ପ୍ରମୁଖ ପରିଚାଳନା ଓ ସହଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ