ସ୍ୱାଧିନତା ଦିବସ ପୂର୍ବରୁ ୬ ନଂ ୱାର୍ଡ଼ ବସ୍ତି ବାସିନ୍ଦା ପାଇବେ ଜମିପଟ୍ଟା

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ୬ ନଂ ୱାର୍ଡ଼ରେ ବସବାସ କରୁଥିବା ଶତାଧିକ ପରିବାର ଲୋକଙ୍କୁ ନେଇ ରାଜନୈତିକ ବାତାବରଣ ଉଷ୍ମ ହେବାରୋ ଲାଗିଥିବା ବେଳେ ଶନବିାର ସନ୍ଧ୍ୟାରେ ସମାଧାନର ପନ୍ଥା ବାହାରିଛି । ସହରାଂଚଳ ବସ୍ତି ବାସିନ୍ଦା ଜମି ଅଧିକାର ଆଇନ ୨୦୧୭ ପ୍ରକାରେ ୬ ନଂ ୱାର୍ଡ଼ ହରିଜନ ସାହିର ୬୦ ପରିବାରର ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଆଇନ ବଳରେ ପୌରାଂଚଳର ନୁଆଁଗଡ଼ ଗ୍ରାମରେ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କ ନିଜର ମୂଳ ଜାଗାର ପଟ୍ଟା ପ୍ରଦାନ କରିବା ଦାବୀ ନେଇ ବହୁବାର ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କରିଥିଲେ । ପୌର କାର୍ଯ୍ୟାଳୟ ଘେରାଉ କରିବା ସହ ବାରମ୍ବାର ଆନ୍ଦୋଳନ କରିଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ନମିଳିବାରୁ ପରିଶେଷରେ ଚଳିତ ମାସ ୯ ତାରିଖରେ ରାଜଧାନୀ ଭୂବନେଶ୍ୱର ଯାଇ ହିଂଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁହାରୀ ଜଣାଇଥିଲେ । ଶନିବାର ସନ୍ଧ୍ୟାରେ ହିଂଜିଳି ଥାନା ଅଭ୍ୟର୍ଥନା କକ୍ଷରେ ଆଇଆଇସି ଅଭିମନ୍ୟୁ ଦାସଙ୍କ ଅଧ୍ୟକ୍ଷତାରେ ସଂପୃକ୍ତ ବସ୍ତିବାସିନ୍ଦାଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଚଳିତ ସ୍ୱାଧିନତା ଦିବସ ପୂର୍ବରୁ ସଂପୃକ୍ତ ବସ୍ତିବାସିନ୍ଦାଙ୍କୁ ସେମାନେ ରହୁଥିବା ସ୍ଥାନର ପଟ୍ଟା ପ୍ରଦାନ କରାଯିବ ବୋଲି ଆଇଆଇସି ଦାସ ପ୍ରତିଶୃତି ଦେଇଥିଲେ । ଆଇଆଇସିଙ୍କ ପ୍ରତିଶୃତିକୁ ଭରସା କରି ସଂପୃକ୍ତ ବସ୍ତିବାସିନ୍ଦା ମାନେ ଉକ୍ତ ସମୟ ମଧ୍ୟରେ କୌଣସି ପ୍ରକାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ନାହିଁ ବୋଲି ସଂପୃକ୍ତ ବସ୍ତି ବାସିନ୍ଦା ମ।।ନେ ମଧ୍ୟ ପ୍ରତିଶୃତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ