ସ୍ୱାସ୍ଥ୍ୟସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର
ବାଲେଶ୍ୱର, (ସରୋଜ ପଣ୍ଡା) :‘ସ୍ୱାସ୍ଥ୍ୟସେବା ଚାରିଟେବୁଲ ଟ୍ରଷ୍ଟ୍’ ପକ୍ଷରୁ ପବିତ୍ର ଉତ୍କଳ ଦିବସ ଅବସରରେ ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରବେଶ ପଥରେ ଜଳଛତ୍ର ଉଦ୍ଘାଟିତ ହୋଇଛି । ଏହି ଜଳଦାନ କାର୍ଯ୍ୟକ୍ରମ ଆସନ୍ତା ଜୁନ୍ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ଡାକ୍ତର ମୀରା ପତି ଓ ପ୍ରଫେସର ଅନନ୍ତ ପ୍ରଧାନ ଏହି ଜଳଛତ୍ରକୁ ଉଦଘାଟନ କରିଥିଲେ । ଓକିଲସଂଘର ସଭାପତି ମନୋଜ ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ସୁଶାନ୍ତ ଦତ୍ତ, ଉପେନ୍ଦ୍ରନାଥ ପାତ୍ର, ଦୀନବନ୍ଧୁ ଲେଙ୍କା, କାଞ୍ଚନବାଳା ପାତ୍ର, ନିରଞ୍ଜନ ପରିଡ଼ା, ନବକୃଷ୍ଣ ପୋଥାଳ, ରତ୍ନାକର ଦାସ ଓ କଳ୍ପନାରାଣୀ ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।


