ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ପ୍ରିମିୟମ ଦେୟ ମିଆଦ ମେ ୧୫ ଯାଏ ବଢ଼ିଲା

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବାରୁ ବୀମା ପଲିସିଧାରୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ପ୍ରିମିୟମ ଦେୟ ଓ ପଲିସି ନବୀକରଣ ମିଆଦକୁ ଆସନ୍ତା ମେ ୧୫ ଯାଏ ବଢ଼ାଇ ଦେଇଛନ୍ତି । ଏହି ମର୍ମରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ପଲିସିଧାରୀଙ୍କର ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ମିଆଦ ପୂରି ଯାଇଛି ସେମାନେ ଲକଡାଉନ ସମୟରେ ବ୍ୟସ୍ତ ନ ହୋଇ ମେ ମାସ ୧୫ ତାରିଖ ମଧ୍ୟରେ ଏ ବାବଦ ଦେୟ ପୈଠ କରି ପଲିସିର ନବୀକରଣ କରିପାରିବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି । ଏହି ଅତିରିକ୍ତ ସମୟ ମଧ୍ୟରେ ପଲିସିଧାରୀଙ୍କୁ କ୍ଲେମ ପେମେଣ୍ଟ ସୁବିଧା ମଧ୍ୟ ମିଳିବ । ମାର୍ଚ୍ଚ ୨୫ରୁ ମେ ୩ ମଧ୍ୟରେ ଯେଉଁ ପଲିସିଧାରୀଙ୍କର ବୀମାପତ୍ର ନବୀକରଣ ଲକଡାଉନ ଯୋଗୁ ସମ୍ଭବ ହେବନାହିଁ ଏବଂ ସେମାନଙ୍କର ନବୀକରଣ ଓ ଦେୟ ପ୍ରଦାନ ତାରିଖ ଏହା ମଧ୍ୟରେ ପଡୁଛି ସେମାନେ ଏହି ଅତିରିକ୍ତ କୋହଳ ସମୟର ସୁଯୋଗ ନେଇପାରିବେ । ଏଥିପାଇଁ ମେ ୧୫ ତାରିଖ ଯାଏ ସମୟ ଧାର୍ଯ୍ୟ କରାଯାଇଛି । ଅତିରିକ୍ତ କୋହଳ ସମୟରେ ପଲିସି ନବୀକରଣ କଲେ କ୍ଲେମ ପାଇଁ କୌଣସି ଅସୁବିଧା ରହିବ ନାହିଁ ଏବଂ ବୀମାକୃତ ହୋଇନଥିବା ସମୟକୁ ବୀମାଭୁକ୍ତ ଭାବେ ବିଚାର କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ