ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ପଦବୀ ପୂରଣ ନିମନ୍ତେ ବିଧାନସଭାରେ ପ୍ରଶ୍ନ କଲେ ଛତ୍ରପୁର ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) : ଚଳିତ ବିଧାନସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ନିର୍ବାଚନ ମଣ୍ଡଳୀର ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ, ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଖଣ୍ଡିଦେଉଳି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକ ଅନୁଯାୟୀ ବିଶେଷଜ୍ଞ ଡାକ୍ତର, ଡାକ୍ତର, ଫାର୍ମାଷିଷ୍ଟ ଓ ଷ୍ଟାଫ୍ ନର୍ସ ଙ୍କ ଖାଲି ଥିବା ପଦବୀ କେବେ ପୂରଣ କରାଯିବ ସେନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶଙ୍କୁ ଅବଗତ କରାଇଥିଲେ । ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଖାଲିଥିବା ପଦବୀ ଗୁଡିକୁ ଓଡିଶା ଲୋକସଭା ଆୟୋଗ ଓ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଚୟନ, ବିଭାଗୀୟ ପଦୋନ୍ନତି, ଆଡହକ ନିଯୂକ୍ତି,ଏକ ଚୁକ୍ତିଭିତ୍ତିକ ନିଯୁକ୍ତି ତଥା ଯଥା ସମ୍ଭବ ପୂରଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତିି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାଶ ଛତ୍ରପୁର ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ।


