ଘରୁ ନେବାକୁ ଆସୁଛି ଟ୍ରାଭେଲ୍ସ ସଂସ୍ଥାର ବସ୍‌

ବନ୍ତ, (ଚାନ୍ଦିନୀ ମହାନ୍ତି) : ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ଶହ ଶହ ବେକାର ଯୁବକ । ସେମାନଙ୍କୁ ଘରୁ ନେବାକୁ ଟ୍ରାଭେଲ୍ସ ସଂସ୍ଥାର ବସ୍ ଆସୁଥିବା ଦେଖାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ବନ୍ତ ବ୍ଲକରେ । ଆଜି ବନ୍ତ-ବାରିକପୁର ରାସ୍ତାର ନିଳୋକ ବଜାର ଠାରେ ଟ୍ରାଭେଲ୍ସ ସଂସ୍ଥାର ଏକ ବସ୍ ଲାଗିଥିବାର ଦେଖାଯାଇଥିଲା । ବସ୍ ଚାଳକ ଓ ବସ୍‌ରେ ଭିତରେ ଥିବା କିଛି ଯୁବକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବସ୍‌ଟି ତାମିଲନାଡୁ ରାଜ୍ୟର କୋଏମ୍ବାଟୁରରୁ ଆସିଥିଲା । ସେଠାରେ ଥିବା ଏକ ବିସ୍କୁଟ କଂପାନୀରେ କାର୍ଯ୍ୟ କରିବା ପାଇଁ ଶ୍ରମିକ ଆବଶ୍ୟକ ଥିବା ବେଳେ ପୂର୍ବରୁ ଯୋଗାଯୋଗ କରାଯାଇଥିବା ସ୍ଥାନ ଗୁଡିକରେ ବସ୍ ଅଟକି ଶ୍ରମିକ ମାନଙ୍କୁ ନେଉଛି । ଉକ୍ତ ବସ୍‌ରେ ଆନନ୍ଦପୁର ବ୍ଲକରୁ ୭ରୁ ୧୦ ଜଣ ଓ ବନ୍ତ ବ୍ଲକରୁ ୨୦ରୁ ୩୦ ଜଣ ଯୁବକଙ୍କୁ ନେଇଥିବା ଜଣାଯାଇଛି । ପରେ ରାସ୍ତାର ବିଭିନ୍ନ ସ୍ଥାନରେ ଶ୍ରମିକ ମାନେ ଯିବେ ବୋଲି ବସ୍ ଚାଳକଙ୍କ ଠାରୁ ସୂଚନା ମିଳିଛି । ଏଜେଣ୍ଟ ମାଧ୍ୟମରେ ଏସମସ୍ତ ବେକାର ଯୁବକ ମାନେ କାର୍ଯ୍ୟ କରିବାକୁ ଯାଉଥିବା ଜଣାଯାଇଛି । ତେବେ ଏସଂପର୍କରେ ଜିଲା ଶ୍ରମ ବିଭାଗ ପାଖରେ କୌଣସି ସୂଚନା ନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ